ରାମ ମନ୍ଦିର ଭୂମିପୂଜା ପାଇଁ ଭଦ୍ରକରୁ ଗଲା ନଦୀ ଜଳ ଓ ମନ୍ଦିର ମାଟି

ଭଦ୍ରକ: ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବ ବହୁ ପ୍ରତୀକ୍ଷିତ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେବେ। ଏଥି ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଧାର୍ମିକ ସ୍ଥଳୀର ମାଟି ଏବଂ ନଦୀର ଜଳ ସଂଗ୍ରହ କରି ଅଯୋଧ୍ୟା ପଠାଯାଉଛି। ଏହି ଧାରାରେ ସାମିଲ ହୋଇଛି ଭଦ୍ରକ ଜିଲ୍ଲା। ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ମନ୍ଦିରରୁ ମଧ୍ୟ ମାଟି ସଂଗ୍ରହ ହୋଇଛି। ସେହିପରି ସାଳନ୍ଦୀ ନଦୀର ମାଟି ମଧ୍ୟ ସଂଗ୍ରହ କରାଯାଇ ଅଯୋଧ୍ୟାକୁ ପଠାଯାଇଛି।
ଭଦ୍ରକ ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜିଲ୍ଲା ସଂଯୋଜକ ବିପିନ ବିହାରୀ ପଣ୍ଡାଙ୍କ ନେତୃତ୍ୱରେ ସାଳନ୍ଦୀ ନଦୀର ଜଳ ଓ ଶକ୍ତିପୀଠ ମା ଭଦ୍ରକାଳୀ ପୀଠରୁ ମାଟି ପ୍ରେରଣା କରା ଯାଇଛି ବୋଲି ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ମାନସ ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି।
Comments are closed.