କଟକରେ ଆଉ ୪୧ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସିଲଭର ସିଟି କଟକରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କଟକ ସହରରେ ଆଜି ପୁଣି ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୩୯ ଜଣ କ୍ୱାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ୨ ଜଣ ଲୋକାଲ କେସ ବୋଲି ଜଣାଯାଇଛି।
ଆଜି ଦିୱାନ ବଜାରରୁ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଶଙ୍କରପୁରରୁ ୩, ସେକ ବଜାରରୁ ୨, ସିଡିଡ ସେକ୍ଟର-୯ରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ମଠସାହିରୁ ଜଣେ ଓ ପୁଲିସ କଲୋନୀରୁ ଜଣେ ଲୋକାଲ କଣ୍ଟାକ୍ଟ କେସ ଚିହ୍ନଟ ହୋଇଥିବା ଜଣାଯାଇଛି। ଆଜିର ୪୧ ଜଣଙ୍କୁ ମିଶାଇ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୭୭୭କୁ ବୃଦ୍ଧି ପାଇଛି। ଏହାଛଡ଼ା ୩୧୪ ଜଣ ସୁସ୍ଥ ହୋଇଥିବାବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ବର୍ତ୍ତମାନ ସୁଦ୍ଧା ୪୫୩ ଜଣ ଚିକିତ୍ସାଧୀନ ଥିବା ଜଣାଯାଇଛି।
Comments are closed.