ସୁଶାନ୍ତଙ୍କ ପିତା ଅଭିନେତ୍ରୀ ରିୟାଙ୍କ ନାମରେ ଆଣିଲେ ଅଭିଯୋଗ,ଦାୟର କଲେ ଏତଲା

ପାଟନା: ବଲିଉଡର ଷ୍ଟାଇଲିସ୍ ଷ୍ଟାର ସୁଶାନ୍ତି ସିଂ ରାଜପୁତଙ୍କ ମୃତ୍ୟୁ ମାମଲରେ ନୂଆ ଟୁଇଷ୍ଟ। ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ କୁହାଯାଉଥିବା ରିୟା ଚର୍କବର୍ତ୍ତୀ ହିଁ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଦାୟୀ ନେଇ ଅଭିଯୋଗ ହୋଇଛି। ଖୋଦ୍ ସୁଶାନ୍ତଙ୍କ ପିତା ଏପରି ଅଭିଯୋଗ ଆଣିଛନ୍ତି। ଏପରିକି ଥାନାରେ ଏକ ଏଫଆଇଆର ରୁଜୁ କରିଛନ୍ତି ସୁଶାନ୍ତଙ୍କ ପିତା।
ସୁଶାନ୍ତଙ୍କ ପିତା ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ ସୁଶାନ୍ତ ସିଂହଙ୍କୁ ପ୍ରେମ ଜାଲରେ ଫସାଇ ରିୟା ଚକ୍ରବର୍ତ୍ତୀ ତାଙ୍କ ଠାରୁ ଟଙ୍କା ଆଦାୟ କରିବା ଓ ଆତ୍ମହତ୍ୟା ପାଇଁ ତାଙ୍କୁ ଉସୁକାଇଥିଲେ। ସୁଶାନ୍ତଙ୍କ ପିତାଙ୍କ ଏଫଆଇଆର ଆଧାରରେ ରାଜୀବନଗର ଥାନାରେ ରିୟାଙ୍କ ବିରୋଧରେ କେସ୍ ନମ୍ବର ୨୪୧/୨୦ରେ ଆଇପିସିର ଧାରା ୪୦୬,୪୨୦,୩୪୧,୩୨୩,୨୪୨ ରେ ମାମଲା ରୁଜୁ କରିଛି। ଏହି ମାମଲାରେ ପାଟଣା ରାଜୀବନଗର ଥାନାର ୪ ଜଣ ପୁଲିସ ମୁମ୍ବଇ ଯାଇଛନ୍ତି ବୋଲି ଜଣାପଡିଛି।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ମୁମ୍ବାଇ ପୋଲିସ ଦ୍ୱାରା ପଚରାଉଚରା ହୋଇଥିବା ପ୍ରଥମ ଲୋକମାନଙ୍କ ମଧ୍ୟରୁ ରିୟା ଅନ୍ୟତମ। ମୁମ୍ବଇ ପୁଲିସ ରିୟା ଚକ୍ରବର୍ତ୍ତୀଙ୍କୁ ପାଖାପାଖି ୧୧ ଘଣ୍ଟା ଜେରା କରିଥିଲା।
ସୂଚନାଥାଉକି, ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖରେ ନିଜର ବାନ୍ଦ୍ରା ସ୍ଥିତ ଘରେ ଆତ୍ମହତ୍ୟା କରିଥିଲେ। ପୁଲିସକୁ କୌଣସି ସୁଇସାଇଡ ନୋଟ ମିଳିନଥିଲା। ତାଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ଜଣାପଡିଥିଲା ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ମିଳିନଥିଲା । ବେକରେ ଫାସୀ ଲଗାଇଥିବା ଯୋଗୁଁ ଅଣନିଶ୍ୱାସୀ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପୋଷ୍ଟ ମର୍ଟମ ରିପୋର୍ଟରେ କୁହାଯାଇଥିଲା। ଏହାପରେ ସୁଶାନ୍ତଙ୍କ ପ୍ରୋଭିଜନାଲ ଵିସରା ରିପୋର୍ଟ ସାମ୍ନାକୁ ଆସିଥିଲା । ତାଙ୍କ ଶରୀରରୁ କୌଣସି ପ୍ରକାର କେମିକାଲ କିମ୍ବା ବିଷାକ୍ତ ପଦାର୍ଥ ମିଳିନଥିବା ରିପୋର୍ଟରେ କୁହାଯାଇଥିଲା । ବର୍ତ୍ତମାନ ସୁଶାନ୍ତ ସିଂହଙ୍କ ଫାଇନାଲ ଵିସରା ରିପୋର୍ଟ ସାମ୍ନାକୁ ଆସିଛି । ଫାଇନାଲ ଵିସରା ରିପୋର୍ଟ କୌଣସି ପ୍ରକାର ଗଡବଡୀ ହୋଇନଥିବା ପୋଲିସ ସ୍ୱୀକାର କରିଛି। ବର୍ତ୍ତମାନ ପୋଲିସ ସୁଶାନ୍ତ ସିଂହଙ୍କ ପେଟ ଓ ନଖର ଫରେନସିକ ରିପୋର୍ଟକୁ ଅପେକ୍ଷା କରିଛି ।
Comments are closed.