ବଜ୍ରପାତରେ ଚାଲିଗଲା ୩ ମହିଳାଙ୍କ ଜୀବନ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବଡ଼ତେଲେନପାଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମହାମାରୀ କରୋନା ସମୟରେ ବଜ୍ରପାତରେ ଚାଲିଗଲା ୩ ଜୀବନ। ବଜ୍ରପାତରେ ୩ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ବାକି ୨ ଜଣଙ୍କ ମେଡିକାଲରେ ମୃତ୍ୟୁ ହୋଇଛି।
ବଡ଼ତେଲେନପାଲ୍ଲୀ ଅଞ୍ଚଳର କିଛି ଗ୍ରାମବାସୀ ବିଲକୁ ଚାଷ କରିବାକୁ ଯାଇଥିଲେ। ଏହି ସମୟରେ ହଠାତ କଳାହାଣ୍ଡିଆ ମେଘ ମାଡ଼ିଆସିଥିଲା। ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା। ଏହି ବଜ୍ରପାତରେ ୩ ଜଣ ମହିଳାଙ୍କ ମୃତୁ୍ୟ ହୋଇଥିବାବେଳେ ସେଠାରେ ଉପସ୍ଥିତ ଅନ୍ୟ ୧୦ ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାଯାଇଛି।
Comments are closed.