ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜିପି ନିର୍ଦେଶ ଦେଇଛନ୍ତି। ଗୁରୁବାର ସକାଳେ ଏନେଇ ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ କରି ସୂଚନା ଦେଇଛନ୍ତି। ପୁଲିସ ଡିଜିପିଙ୍କ ଟ୍ବିଟ ଅନୁସାରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ଭୁବନେଶ୍ଵର ଜିଆରପି ପୁଲିସ ହାତରୁ କ୍ରାଇମବ୍ରାଞ୍ଚ ହାତକୁ ଯିବ।
I have ordered Crime Branch to take Charge of investigation of BBSR GRPS case no 81/20 relating to death of social activist Sri Aditya Das.
— DGP, Odisha (@DGPOdisha) July 30, 2020
ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସାରା ଓଡ଼ିଶାରେ ଏକ ପ୍ରକାର ଆଲୋଡନ ଦେଖିବାକୁ ମିଳିଥିଲା। ସମାଜସେବୀ ଆଦିତ୍ୟଙ୍କୁ କେହି ହତ୍ୟା କରିଥିବା କଥା ତାଙ୍କ ପ୍ରଶଂସକ ମାନେ ଦାବି କରିଥିଲେ। କିନ୍ତୁ ଘଟଣାର ତଦନ୍ତ କରୁଥିବା ଜିଆରପି ପୁଲିସ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲେ। ଯାହାକୁ ଆଦିତ୍ୟଙ୍କ ପ୍ରଶଂସକମାନେ ବିଶ୍ଵାସ କରିପାରିନଥିଲେ। ଏହାପରେ ଆଦିତ୍ୟଙ୍କ ମୃତ୍ୟୁ ମାମଲରେ କମିଶନରେଟ ପୁଲିସ ଦ୍ବାରା ତଦନ୍ତ ଦାବି କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।
ଅନ୍ୟପଟେ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ଜାତୀୟ ମାନବଅଧିକାର କମିଶନ ମଧ୍ୟ ଜିଆରପି ପୁଲିସକୁ ତଦନ୍ତ ରିପୋର୍ଟ ମାଗିଛନ୍ତି। ୪ ସପ୍ତାହ ମଧ୍ୟରେ ଜିଆରପି ପୁଲିସ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଏନଏଚଆରସି ନିର୍ଦେଶ ଦେଇଛନ୍ତି।
Comments are closed.