Odisha Link
Bridging the Missing Links in Odisha

ବଡ଼ ଖବର: ରାଜ୍ୟରେ ୩୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସ୍ଥିତି। ଏପରିକି କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ଆଉ ୧୨୦୩ ଜଣ ନୂଆ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦,୩୭୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୫୮ଜଣ କ୍ବାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୪୫ ଜଣ ସ୍ଥାନୀୟ ବାସିନ୍ଦା। ଦିନକୁ ଦିନ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଅଛନ୍ତି। ସବୁଦିନ ପରି ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୨୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ଆଜି ଅନୁଗୁଳରୁ ୧୫, ବାଲେଶ୍ବରରୁ ୨୦, ବରଗଡ଼ରୁ ୧୨, ଭଦ୍ରକରୁ ୫୩, ବଲାଙ୍ଗିରରୁ ୬, ବୌଦ୍ଧରୁ ୩, କଟକରୁ ୯୭, ଦେବଗଡ଼ରୁ ୮, ଢେଙ୍କାନାଳରୁ ୩, ଗଜପତିରୁ ୭୨, ଜଗତସିଂହପୁରରୁ ୮, ଯାଜପୁରରୁ ୪୬, କଳାହାଣ୍ଡିରୁ ୪, କନ୍ଧମାଳରୁ ୧୪, କେନ୍ଦ୍ରାପଡ଼ାରୁ ୧୪, କେନ୍ଦୁଝରରୁ ୧୧, କୋରାପୁଟରୁ ୬୬, ମାଲକାନଗିରିରୁ ୬୫, ମୟୂରଭଞ୍ଜରୁ ୧୬, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୪, ପୁରୀରୁ୯, ରାୟଗଡ଼ାରୁ ୪୫, ସମ୍ବଲପୁରରୁ ୪୦, ସୋନପୁରରୁ ୪ ଓ ସୁନ୍ଦରଗଡ଼ରୁ ୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.