ଦେଶକୁ ବର୍ବାଦ କରୁଛନ୍ତି ମୋଦି: ରାହୁଲ
ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନର ସାଂସଦ ରାହୁଲ ଗାନ୍ଧୀ ପିଏମ୍ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଲଗାତାର ଭାବେ ରାହୁଲଙ୍କ ଟାର୍ଗେଟ ସ୍କାନରରେ ମୋଦି। ଆଜି ରାହୁଲ ଟୁଇଟ କରି କହିଛନ୍ତି ଯେ, ମୋଦି ଦେଶକୁ ବର୍ବାଦ କରୁଛି। ବିମୁଦ୍ରୀକରଣ, ଜିଏସ୍ଟି, କରୋନା ମହାମାରୀରେ ଅବ୍ୟବସ୍ଥା, ଅର୍ଥବ୍ୟବସ୍ଥା ଓ ବେରୋଜଗାର ଏହାର ଉଦାହରଣ। ତାଙ୍କର ପୁଞ୍ଜିପତି ଗଣମାଧ୍ୟମ ଏକ ଭ୍ରମ ସୃଷ୍ଟି କରିଛି। ଏହି ଭ୍ରମ ଶୀଘ୍ର ଭାଙ୍ଗିଯିବ ବୋଲି ରାହୁଲ କହିଛନ୍ତି।
मोदी देश को बर्बाद कर रहे हैं।
1. नोटबंदी
2. GST
3. कोरोना महामारी में दुर्व्यवस्था
4. अर्थव्यवस्था और रोज़गार का सत्यानाशउनके पूँजीवादी मीडिया ने एक मायाजाल रचा है। ये भ्रम जल्द ही टूटेगा।https://t.co/8JWoOY1jGK
— Rahul Gandhi (@RahulGandhi) July 30, 2020
ଏହାପୂର୍ବରୁ ଗତକାଲି ରାହୁଲ ଗାନ୍ଧୀ ରାଫେଲ କ୍ରୟ ସମ୍ପର୍କରେ ମୋଦି ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। ସେ ପଚାରିଥିଲେ ପ୍ରତ୍ୟେକ ବିମାନର ମୂଲ୍ୟ ୫୨୬ କୋଟି ପରିବର୍ତ୍ତେ ୧୬୭୦ କୋଟି କାହିଁକି ଦିଆଗଲା? ଏଥିସହିତ ୧୨୬ ପରିବର୍ତ୍ତେ କେବଳ ୩୬ ବିମାନ କାହିଁକି କିଣାଗଲା। HAL ବଦଳରେ ଦେବାଳିଆ ଅନିଲ ଅମ୍ବାନୀଙ୍କୁ ୩୦ ହଜାର କୋଟିର କଣ୍ଟ୍ରାକ୍ଟ କାହିଁକି ଦିଆଗଲା ବୋଲି ପ୍ରଶ୍ନ କରିଥିଲେ।
Comments are closed.