କଟକଣା ଓ ଜରିମାନାକୁ କଡ଼ାକଡ଼ି କଲେ ରାଜ୍ୟ ସରକାର, ମାସ୍କ ନପିନ୍ଧିଲେ ୫ହଜାର ତଣ୍ଡ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ। ଆଜି ପ୍ରେସ୍ ମିଟରେ କରୋନା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ,ଲୋକଙ୍କ ଜୀବନ ରକ୍ଷା କରିବା ଆମର ମୁଖ୍ୟ ଲକ୍ଷ୍ୟ, ଆମର ମୃତ୍ୟୁ ହାର ସାରା ଭାରତରେ ସର୍ବନିମ୍ନ, ଆରୋଗ୍ୟ ହାର ବେଶି।
ସେ ଆହୁରି କହିଛନ୍ତି ଯେ, ଦୈନିକ ୬ ହଜାର ଯାତ୍ରୀ ଟ୍ରେନରେ ଓଡ଼ିଶାକୁ ଆସୁଛନ୍ତି, ଜୀବନ ଜୀବିକାକୁ ସ୍ୱାଭାବିକ କରିବାକୁ ଆମକୁ କୋହଳ କରିବାକୁ ପଡ଼ିବ, ୯୦ ପ୍ରତିଶତ ଲୋକ କଟକଣା ମାନୁଥିଲେ ବି କିଛି ମାନୁନାହାନ୍ତି, ୧୦ ପ୍ରତିଶତ ଅମାନିଆ ୯୦ ପ୍ରତିଶତ ଲୋକଙ୍କୁ ବିପଦରେ ପକାଉଛନ୍ତି।
ଏଥିସହିତ କଟକଣା ଓ ଜରିମାନାକୁ କଡ଼ାକଡ଼ି କଲେ ରାଜ୍ୟ ସରକାର। ମାସ୍କ ନପିନ୍ଧିଲେ ପ୍ରଥମ ୨ ଥର ହଜାରେ ଟଙ୍କା ଆଦାୟ ହେବ ।ଏହା ପରେ ନିୟମ ଉଲ୍ଲଙ୍ଘନ କଲେ ୫ ହଜାର ପର୍ଯ୍ୟନ୍ତ ଜରିମାନା ଗଣିବେ ଅମାନିଆ। ବହାଘରରେ କୋଭିଡ ଗାଇଡଲାଇନ ଅବମାନନା କରିଲେ ବର୍ତ୍ତମାନ ୧୦ ହଜାର କଟକଣା ଦେବାକୁ ପଡ଼ୁଛି। ୧୦ ହଜାର ଜରିମାନା ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ବଢ଼ିବ। ସାମାଜିକ ଦୂରତ୍ୱ ଭଙ୍ଗ କରୁଥିବା ଦୋକାନ ସିଲ୍ କରାଯିବ। ପ୍ରଥମ ଥର ଭଙ୍ଗ କଲେ ଜରିମାନା ଓ ୧ ସପ୍ତାହ ସିଲ୍, ଦ୍ୱିତୀୟ ଥର ଭଙ୍ଗ କଲେ ଦୋକାନ ମାସେ ସିଲ୍ ଓ ଜରିମାନା ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
Comments are closed.