ଶେଷରେ ମୁହଁ ଖୋଲିଲେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା, କହିଲେ ‘ସତ୍ୟମେବ ଜୟତେ’

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍ ଷ୍ଟାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲା ରୁଜୁ ପରେ ବିବ୍ରତ ହୋଇପଡିଛନ୍ତି ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକର୍ବର୍ତ୍ତୀ। ହରଡ଼ଘଣାରେ ପଡ଼ିଥିବା ରିୟା ଶେଷରେ ମୁହଁ ଖୋଲିଛନ୍ତି। ପ୍ରଥମ ଥର ପାଇଁ ରିଆ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାକୁ ନେଇ ଏକ ଭିଡିଓ ଜାରି କରିବା ସହ ନ୍ୟାୟ ଉପରେ ବିଶ୍ବାସ ରହିଥିବା ବେଳେ ସତ୍ୟର ବିଜୟ ହେବ ବୋଲି କହିଛନ୍ତି ସେ।
ଭିଡିଓରେ ରିଆ କହିଛନ୍ତି ଯେ ମୋତେ ଭଗବାନ ଓ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ରହିଛି । ସତ୍ୟ ନିଶ୍ଚିତ ସାମ୍ନାକୁ ଆସିବ । ଗଣମାଧ୍ୟମରେ ମୋ ବିରୁଦ୍ଧରେ ଅନେକ ଆଲୋଚନା ହେଉଛି। ହେଲେ ଆଇନଜୀବୀଙ୍କ ପରାମର୍ଶରେ କୌଣସି ଟିପ୍ପଣୀ ରଖୁନାହିଁ । ମାମଲା ଏବେ ବିଚାରାଧୀନ ରହିଛି । ଏହାସହ ସେ ଶେଷରେ ରିଆ ‘ସତ୍ୟମେବ ଜୟତେ’ ବୋଲି କହିଛନ୍ତି।
ଶୁକ୍ରବାର ମନି ଲଣ୍ଡରିଂ ଅଭିଯୋଗରେ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରର କିଛି ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ରିଆ ଚକ୍ରବର୍ତ୍ତୀଙ୍କ ଉପରେ 15 କୋଟି ଟଙ୍କାର ହେରଫେରର ନେଇ ସୁଶାନ୍ତଙ୍କ ବାପା କେକେ ସିଂହ ଅଭିଯୋଗ ଆଣିଛନ୍ତି । ସମ୍ପୂର୍ଣ୍ଣ ସୂଚନା ଉପରେ ତର୍ଜମା କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମାମଲା ରୁଜୁ କରାଯାଇଥିବା କୁହାଯାଇଛି । ତେବେ ଆଗାମୀ ଦିନରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ଘଟଣା ବାବଦରେ ପଚରାଉଚୁରା କରାଯାଇପାରେ ବୋଲି ସୂଚନା ମିଳିଛି ।
Comments are closed.