Odisha Link
Bridging the Missing Links in Odisha

କରୋନା: ରାଜଧାନୀରେ ବିଗୁଡ଼ିଛି ସ୍ଥିତି, ଆଜି ଆଉ ୧୬୬ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜଧାନୀରେ ଉପରମୁହାଁ କରୋନା ଗ୍ରାଫ୍। ଦିନକୁ ଦିନ ଭୁବନେଶ୍ବରରେ ବିଗୁଡ଼ିଛି କରୋନା ସ୍ଥିତି। ଆଜି ପୁଣି ଆଉ ୧୬୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ୩୯୨୯ରେ ପହଁଞ୍ଚିଛି କରୋନା ପଜିଟିଭ ସଂଖ୍ୟା। ଏନେଇ ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୮ ଜଣ କ୍ବାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ସ୍ଥାନୀୟ ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ ଆଜି ରାଜଧାନୀରୁ ୧୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୩୯୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୭୩ଜଣ ସୁସ୍ଥ ହୋଇଛନ୍ତି ଓ ୧୯ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧୪୩୫ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Comments are closed.