Odisha Link
Bridging the Missing Links in Odisha

କରୋନା: ୨୯ ଜିଲ୍ଲାରୁ ୧୭୩୪ ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। ଦିନକୁ ଦିନ ଅଣାୟତ୍ତ ହେଉଛି କରୋନା। ରାଜ୍ୟ ୨୯ ଟି ଜିଲ୍ଲାରୁ ୧୭୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୪୫ ହଜାର ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭୫ ଜଣ କ୍ବାରାଣ୍ଟିନ ସେଣ୍ଟର ହୋଇଥିବା ବେଳେ ୬୫୯ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଆଜି ଓଡ଼ିଶାର ୨୮ ଟି ଜିଲ୍ଲାରୁ ୧୭୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ୪, ବାଲେଶ୍ୱର ୭୩, ବରଗଡ଼ ୫୧, ଭଦ୍ରକ ୫୮, ବଲାଙ୍ଗୀର ୬, କଟକ ୧୭୭,ଦେବଗଡ଼ ୫, ଢେଙ୍କାନାଳ ୨୯, ଗଜପତି ୮୫, ଗଞ୍ଜାମ ୨୨୨, ଜଗତସିଂହପୁର ୧୨, ଯାଜପୁର ୩୮, ଝାରସୁଗୁଡା ୬, କଳାହାଣ୍ଡି ୨୪, କନ୍ଧମାଳ ୫୯, କେନ୍ଦ୍ରାପଡା ୨, କେନ୍ଦୁଝର ୨୭, ଖୋର୍ଦ୍ଧା ୩୪୨, କୋରାପୁଟ ୬୦, ମାଲକାନଗିରି ୫୨, ମୟୁରଭଞ୍ଜ ୩୫, ନବରଙ୍ଗପୁର ୧୩, ନୟାଗଡ଼ ୧୦୬,ନୂଆପଡା ୨୨, ପୁରୀ ୫୫, ରାୟଗଡା ୧୮, ସମ୍ବଲପୁର ୧୪, ସୋନପୁର ୧୩ ସୁନ୍ଦରଗଡ ରୁ ୧୨୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୫,୯୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫,୩୬୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୦ ହଜାର ୨୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Comments are closed.