ଅଭାବନୀୟ ଘଟଣା: ମିଳିଲାନି ୪ କାନ୍ଧ, ଟ୍ରଲିରେ ବୁହାହେଲେ ଶବର ସାରଥି
ଗୁଣୁପୁର: ଶବର ସାରଥୀଙ୍କୁ ମିଳିଲାନି କାନ୍ଧ। ଦିନ ଥିଲା ଯିଏ ନିଜ କାନ୍ଧରେ ମର ଶରୀରକୁ ଶ୍ମଶାନକୁ ନେବାରେ ସାହାଯ୍ୟ କରୁଥଲେ। ଆଜି ସେ ବ୍ୟକ୍ତିଙ୍କର ମୃତ୍ୟୁରେ ମିଳିଲାନି ୪ କାନ୍ଧ। ମହାମରୀ କରୋନା ସଂକ୍ରମଣର ଭୟାବହତା ମଧ୍ୟରେ ମଣିଷ ସମାଜ ଭୁଲି ଯାଉଛି ମାନବିକତା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଗୁଡାରି ବାରତମ ସାହିରେ।
ରାୟଗଡ଼ା ଜିଲ୍ଲା ଗୁଡାରି ବାରତମ ସାହିର ବି.କାରୁବୁ ନାମକ ଜଣେ ୬୪ ବର୍ଷୀୟ ବୃଦ୍ଧଙ୍କ ଶ୍ୱାସକ୍ରିୟାରେ ସମସ୍ୟା ଉପୁଜି ମୃତ୍ୟୁ ବରଣ କରିଥିବା ଜଣାପଡିଥିଲା। ହେଲେ ବର୍ତ୍ତମାନ କରୋନା ମହାମାରୀ ପରିସ୍ଥିତିରେ କରୋନା ଜନିତ ମୃତ୍ୟୁ ସନ୍ଦେହ କରି ଆତ୍ମୀୟ ବନ୍ଧୁ ବାନ୍ଧବ କି ସାହି ପଡ଼ିଶା କିଏ ବି ତାଙ୍କ ଶବ ନିକଟକୁ ଯାଇ ନ ଥିଲେ ଏବଂ କାନ୍ଧ ଦେବାକୁ ମଧ୍ୟ ଆଗକୁ ଆସିନଥିଲେ। କେବଳ ଦୁଆର ମୁହଁରେ ଠିଆହୋଇ ଦେଖେଣାହାରି ସାଜିଥିଲେ। ପରେ ଗ୍ରାମର ୩ଜଣ ଯୁବକ ରଞ୍ଜନ କୁମାର ରଥ, ରଘୁନନ୍ଦନ ସାହୁ ଓ ଚିନାରୀ ନଗରାଜୁ ଏକ ଟ୍ରଲିରେ ଶବକୁ ନେଇ ଶ୍ମଶାନରେ ଦାହ କରିଥିଲେ।
ମୃତ କାରୁବୁ ଏକାକୀ କୁମୁଟି ସମ୍ପ୍ରଦାୟର ୪୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଶବକୁ ନିଜେ କାନ୍ଧ ଦେଇ ସ୍ମଶାନକୁ ନେଇଥିବା ବେଳେ, ତାଙ୍କୁ ଚାରିକାନ୍ଧ ନ ମିଳିବା ଦୁର୍ଭାଗ୍ୟଜନକ ଘଟଣା। ଅପରପକ୍ଷେ ଗ୍ରାମର ୩ଜଣ ଯୁବକଙ୍କ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି।
Comments are closed.