Odisha Link
Bridging the Missing Links in Odisha

୪ ମାଓବାଦୀ ନିହତ

ଭୁବନେଶ୍ୱର: ଛତିଶଗଡ଼ ସୁକମାରେ ଏନକାଉଣ୍ଟର ହୋଇଛି। ଜାଗରମୁଣ୍ଡା ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଛି । ଏଥିରେ ୪ ଜଣ ମାଓବାଦୀ ନିହତ ହୋଇଥିବା ଖବର ମିଳଛି ।
ସୂଚନାଯୋଗ୍ୟ ଯେ, ଜାଗରମୁଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିଲା । ଏ ସମ୍ପର୍କରେ ସୂଚନା ପାଇ କୋବ୍ରା ଓ ଡିଆରଜି ଯବାନମାନେ ମିଳିତଭାବେ ଚଢଉ କରିଥିଲେ । ଯବାନମାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚଳାଇଥିଲେ । ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିବାକୁ ଘଟଣାସ୍ଥଳରେ ୪ ଜଣ ମାଓବାଦୀ ନିହତ ହୋଇଥିବା ଜଣାଯାଇଛି । ଘଟଣାସ୍ଥଳରୁ ୪ଟି ବନ୍ଧକୁ ଜବତ କରାଯାଇଥିବାବେଳେ ନିକଟସ୍ଥ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.