‘ଶୂନ’ ଫଳାଫଳ ପାଇଁ ୧୫ ଶିକ୍ଷାନୁଷ୍ଠାନକୁ ସରକାରଙ୍କ ନୋଟିସ

ଭୁବନେଶ୍ଵର : ୧୫ ଶିକ୍ଷାନୁଷ୍ଠାନକୁ ନୋଟିସ ଜାରି କରିଛନ୍ତି ସରକାର। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ‘ଶୂନ’ ଫଳ ପ୍ରଦର୍ଶନ କରିଥିବା କଲେଜ ଗୁଡ଼ିକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏନେଇ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ବିଭାଗୀୟ ନିର୍ଦେଶକ ଚିଠି ଲେଖିଛନ୍ତି।
ପ୍ରକାଶ ଯେ, ଗତକାଲି ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ ହୋଇଥିଲା। ଏଥିରେ ଭଦ୍ରକ ଜିଲାର ନୟନମଣି ୱିମେନ୍ ହାୟର ସେକେଣ୍ଡାରୀ ସ୍କୁଲ, ବଲାଙ୍ଗୀର ଜିଲାର ସୁଶ୍ରୀ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଚୂଡ଼ାପାଲିସ୍ଥିତ ସରକାରୀ (ଏସଏସଡ଼ି) ହାୟର ସେକେଣ୍ଡାରୀ ସ୍କୁଲ, ସୋନପୁରସ୍ଥିତ ପଦ୍ମିନୀ ଦେବୀ ହାୟର ସେକେଣ୍ଡାରୀ ସ୍କୁଲ, ଗଞ୍ଜାମର କୃଷ୍ଣ ଇଣ୍ଟରନେସନାଲ ରେସିଡ଼େନ୍ସିଆଲ ସ୍କୁଲ, ବୃନ୍ଦାବନ ପାଣ୍ଡି ୱିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ, କୋଦଳାର ଏସ୍ଆରବିଡ଼ି ଆବାସିକ ବିଜ୍ଞାନ ହାୟର ସେକେଣ୍ଡାରୀ ସ୍କୁଲ, କଳାହାଣ୍ଡି ଜିଲାର ବିଜୁ ପଟ୍ଟନାୟକ ହାୟର ସେକେଣ୍ଡାରୀ ସ୍କୁଲ (ଗରଗବ), ମୟୂରଭଞ୍ଜ ଜିଲାର ୨ଟି ସ୍କୁଲ ଉପେନ୍ଦ୍ରନାଥ ହାୟର ସେକେଣ୍ଡାରୀ ସ୍କୁଲ ଓ ଉଦଳାର ବ୍ରିଲିଆନ୍ସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ଫୁଲବାଣୀର କେ.ବି.ଏଚ୍ ରେସିଡ଼େନ୍ସିଆଲ ସ୍କୁଲ, ଖୋର୍ଧା ଜିଲା ପଟିଆର ସୁବାସ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲ, ପୁରୀର ଭିଜନ ରେସିଡ଼େନ୍ସିଆଲ ସ୍କୁଲ, ଝାରସୁଗୁଡ଼ା ଜିଲ୍ଲା କୁମାରବନ୍ଧର ପଞ୍ଚାୟତ ଆଞ୍ଚଳିକ ହାୟର ସେକେଣ୍ଡାରୀ ସ୍କୁଲ, ସୁନ୍ଦରଗଡ଼ ଜିଲ୍ଲା ଗୋବରାର ଆରଆଇଟି ହାୟର ସେକେଣ୍ଡାରୀ ସ୍କୁଲର ଫଳାଫଳ ଶୂନ ରହିଥିଲା ।
Comments are closed.