Odisha Link
Bridging the Missing Links in Odisha

ଆଜିଠାରୁ ରାଜ୍ୟରେ ଖୋଲିବ ଆରଟିଓ

ଭୁବନେଶ୍ବର: କରୋନା କଟକଣା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଆଜିଠାରୁ ରାଜ୍ୟରେ ଖୋଲିବ ଆରଟିଓ ଅଫିସ। ଏନେଇ ରାଜ୍ୟ ପରିବହନ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଲୋକଙ୍କୁ ମାନିବାକୁ ପଡିବ ସାମାଜିକ ଦୂରତା, ସାନିଟାଇଜ୍ କରିବା ସହ ପିନ୍ଧିବାକୁ ପଡିବ ମାସ୍କ। ରାଜ୍ୟର ସମସ୍ତ ଆରଟିଓ, ଅତିରିକ୍ତ ଆରଟିଓ ବରବିଲ୍ ଏବଂ ରାଇରଙ୍ଗପୁର , ଖୋର୍ଧା ଅତିରିକ୍ତ ଆରଟିଓଙ୍କୁ ଚିଠି ଜରିଆରେ ଆରଟିଓ ଖୋଲିବାକୁ ଦିଆଯାଇଛି ନିର୍ଦ୍ଦେଶ। ତେବେ କରୋନା ସମୟରେ କିଛି ସର୍ତମୂଳକ ଭାବେ ଏହାକୁ ଖୋଲିବାକୁ ଦିଆଯାଉଥିବା କୁହାଯାଇଛି । ତେବେ ଆରଟିଓ ଅଫିସ ଗୁଡିକରେ କେବଳ ଆରଟିଓ ଅଫିସ ସହିତ ସଂପୃକ୍ତ ସମସ୍ତ କର୍ମଚାରୀଙ୍କୁ ହିଁ ପ୍ରବେଶ ଅନୁମତି ରହିବ। ଡିଏଲ୍, ଲର୍ଣ୍ଣିଂ ଡିଏଲ ଏବଂ ବାହାନ ସେବା ପାଇଁ ସଂପୃକ୍ତ ଲୋକଙ୍କୁ ଅଫିସ ପ୍ରବେଶ କରିବାକୁ ଅନୁମତି ମିଳିବ ।

ଡିଏଲ ଆବେଦନ କରୁଥିବା ଲୋକଙ୍କୁ ଆରଟିଓ ଅଫିସ ପ୍ରବେଶ ପାଇଁ ଦିଆଯିବ ଅନୁମତି ଏଥିରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ପଡିବ ବୋଲି କୁହାଯାଇଛି । ଅଧିକ ଲୋକଙ୍କ ଗହଳି ଦୂର କରିବାକୁ ଡିଏଲ୍ ଟେଷ୍ଟ କରିବା ସମୟର ଅଧ ଘଣ୍ଟା ଆଗରୁ ସ୍ଲଟ୍ ସମୟ ଦେବାକୁ କୁହାଯାଇଛି ।

Comments are closed.