ଆତଙ୍କବାଦୀଙ୍କ ଆକ୍ରମଣ; ୨ ଯବାନ ଶହୀଦ
![](https://www.odishalink.com/wp-content/uploads/2020/08/srinagar.jpg)
ଶ୍ରୀନଗର : ଜାମ୍ମୁ-କାଶ୍ମୀରର ଶ୍ରୀନଗର ଅନ୍ତର୍ଗତ ନୱଗାଁଓରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଡି ଆକ୍ରମଣରେ ୨ ଜଣ ଯବାନ ଶହୀଦ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ସମ୍ପୃକ୍ତ ଅଞ୍ଚଳକୁ ସେନା ପକ୍ଷରୁ କଡା ସୁରକ୍ଷାବଳୟ ଭିତରେ ରଖାଯାଇ ସର୍ଚ୍ଚ ଅପରେଶନ ଜାରି ରହିଛି।
ପୁଲିସ ସୂଚନା ମୁତାବକ, ନୱଗାଁଓ ବାଇପାସ୍ ଦେଇ ଯବାନମାନେ ଯାଉଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ନିକଟରେ ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଏଥିରେ ୩ ଯବାନ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୨ ଯବାନଙ୍କ ମୃତ୍ୟୁ ଘଟିଛି।
Comments are closed.