କେନ୍ଦ୍ରକୁ ୫୭,୧୨୮ କୋଟି ଦେବ ରିଜର୍ଭ ବ୍ୟାଙ୍କ୍

ମୁମ୍ବାଇ : କେନ୍ଦ୍ର ସରକାରଙ୍କୁ ୭୫,୧୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଲାଭାଂଶ ବାବଦରେ ରିଜର୍ଭ ବ୍ୟାଙ୍କ ଏହି ପାଣ୍ଠି ସରକାରଙ୍କୁ ଦେବ। ୨୦୨୦-୨୧ ଅନୁଯାୟୀ ସରକାର ଆରବିଆଇ, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନରୁ ଲାଭାଂଶ ହିସାବରେ ୬୦ ହଜାର କୋଟି ପାଇବା ନେଇ ଆକଳନ କରିଥିଲେ।
ଗତ ବର୍ଷ ଆରବିଆଇ ୨୦୧୯ ଜୁନରେ ଶେଷ ହୋଇଥିବା ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ୧.୭୬ ଟ୍ରିଲିୟନ୍ ହସ୍ତାନ୍ତର କରିଥିଲା। ଏହାଛଡା ଫେବୃଆରୀ ୨୦୧୯ରେ ୫.୨୬ ଟ୍ରିଲିୟନ୍ ଏବଂ ମଧ୍ୟବର୍ତ୍ତିକାଳୀନ ଲାଭାଂଶ ସ୍ୱରୂପ ୨୮ ହଜାର କୋଟି ପ୍ରଦାନ କରିଥିଲା। ଆରବିଆଇର ପୂର୍ବତନ ଗଭର୍ଣ୍ଣର ବିମଲ ଜାଲାନଙ୍କ ଅଧ୍ୟକ୍ଷତାରେ ୨୦୧୮ରେ ଗଠିତ କମିଟି ଏହା ସୁପାରିଶ କରିଥିଲା।
Comments are closed.