ଅଗଷ୍ଟ ଶେଷରେ କରୋନା ଟିକା, ରୁଷ୍ ଆରମ୍ଭ କରିବ ଉତ୍ପାଦନ

ଓଏଲ୍ ବ୍ୟୁରୋ: ଅଗଷ୍ଟ ୧୧ ତାରିଖରେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଶ୍ୱର ପ୍ରଥମ କରୋନା ଟୀକା ନେଇ ଘୋଷଣା କରିଥିଲେ। ଏହାର ୪ ଦିନ ପରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଅଗଷ୍ଟ ଶେଷ ସପ୍ତାହକୁ ବଜାରୁ ପ୍ରବେଶ କରିବ କରୋନା ଟିକା। ଏନେଇ ସୂଚନା ମିଳିଛି।
ସ୍ପୁଟନିକ୍-ଭି ଭ୍ୟାକସିନ୍ର ଉତ୍ପାଦନ ଆରମ୍ଭ କଲା ରୁଷ୍। କରୋନା ଟିକା ଉବ୍ଦାଭନ କରିବାରେ ରୁଷ୍ ପ୍ରଥମ ଦେଶ। ବିଶ୍ୱର ପ୍ରଥମ କରୋନା ଟୀକା ନେଇ ଘୋଷଣା କରିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ଯେ, ଋଷ କରୋନା ଟୀକାର ବିକାଶ କରିଥିବାବେଳେ ଟୀକାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କର ଝିଅ କରୋନା ଟୀକା ନେଇସାରିଛି ବୋଲି ସେ କହିଛନ୍ତି।
ପୁଟିନ କହିଛନ୍ତିଯେ, ପରୀକ୍ଷଣ ବେଳେ ଟୀକାଟି ସଫଳ ହୋଇଥିବା ପ୍ରମାଣିତ ହୋଇସାରିଛ। କରୋନାରୁ ଏହି ଟୀକା ସୁରକ୍ଷା ଦେଇପାରିବ। ତାଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ ଟୀକା ଦିଆଯାଇଥିବାବେଳେ ସେ ସୁସ୍ଥ ଅଛି ବୋଲି ପୁଟିନ ସୂଚନା ଦେଇଛନ୍ତି। ଏହା ପରେ ଋଷିଆର ସ୍ୱାସ୍ଥ୍ୟ କର୍ମଚାରୀ, ଶିକ୍ଷକ ଓ ଅନ୍ୟମାନଙ୍କୁ ପ୍ରଦାନ କରାଯିବ।
Comments are closed.