ସନ୍ନ୍ୟାସ ନେବା ପରେ ଧୋନି ଓ ରାଇନା ଯୋଡ଼ି ଏକାଠି, ଦେଖନ୍ତୁ ଭିଡିଓ..
![](https://www.odishalink.com/wp-content/uploads/2020/08/dhoni-raina.jpg)
ନୂଆଦିଲ୍ଲୀ: ଅଗଷ୍ଟ ୧୫। ଏହି ତାରିଖ ପ୍ରତ୍ୟେକଟି ଭାରତୀୟଙ୍କ ପାଇଁ ଏକ ଐତିହାସିକ ଦିବସ। କାରଣ ୧୯୪୭ ମସିହା ଅଗଷ୍ଟ ୧୫ରେ ଇଂରେଜ ମାନଙ୍କ କବଳରୁ ସ୍ବାଧୀନ ହୋଇଥିଲା। ଯାହା ପ୍ରତ୍ୟକଟି ଭାରତୀୟଙ୍କ ପାଇଁ ବଡ଼ ଖବର। ଗତକାଲି ଏକ ଐତିହାସିକ ଦିନରେ ବଡ଼ ଘୋଷଣା କରିଥିଲେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ୟାସ ନେଇ ଗତକାଲି ଘୋଷଣା କରିଥିଲେ କ୍ୟାପଟେନ୍ କୁଲ୍। ଯାହା ବହୁ କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ ଓ ନିରାଶ ମଧ୍ୟ କରିଛି। ଧୋନିଙ୍କ ପରେ ବାମହାତୀ ବ୍ୟାଟସ୍ମ୍ୟାନ୍ ସୁରେଶ ରାଇନା ମଧ୍ୟ ସନ୍ୟାସ ନେଇ ଘୋଷଣା କରିଛନ୍ତି। ଧୋନି ଓ ରାଇନା ଯୋଡ଼ି ଏକାସଙ୍ଗେ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ୟାସ ନେବା ସମସ୍ତଙ୍କୁ ଚକିତ କରିଛି।
ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ୟାସ ପରେ ଏହି ୨ ଖେଳାଳିଙ୍କ ଏକ ଭିଡିଓ ପୋଷ୍ଟ କରିଛି ଚେନ୍ନାଇ ସୁପର କିଙ୍ଗ। ଯାହା ସୋଶିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
Two roads converged on a #yellove wood… #Thala #ChinnaThala #73Forever 🦁🦁 pic.twitter.com/0BDe99kp0z
— Chennai Super Kings (@ChennaiIPL) August 16, 2020
Comments are closed.