ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ନାହିଁ ଏହି ତଥ୍ୟ, ସାମ୍ନାକୁ ଆଣିଲେ ଓକିଲ ବିକାଶ ସିଂ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାସ୍ନାକୁ ଆସିଛି। ସୁଶାନ୍ତଙ୍କ ପିତା କେକେ ସିଂଙ୍କ ଓକିଲ ବିକାଶ ସିଂ ପୋଷ୍ଟମଟର୍ମକୁ ନେଇ ଆଣିଛନ୍ତି ଏକ ଚକିତ କଲା ଭଳି ତଥ୍ୟ। ତାଙ୍କ କହିବା ମୁତାବକ, ବିକାଶଙ୍କୁ ଯେଉଁ ପୋଷ୍ଟ ମଟର୍ମ ରିପୋର୍ଟ ମିଳିଛି ସେଥିରେ ଟାଇମ୍ ଅଫ୍ ଡେଥ୍ ବା ମୃତ୍ୟୁ ସମୟ ଉଲ୍ଲେଖ ନାହିଁ। ଯାହା ଅତି ଗୁରୁତ୍ୱ ବହନ କରେ ବୋଲି ବିକାଶ ସିଂ କହିଛନ୍ତି।
ବିକାଶ କହିଛନ୍ତି ଯେ, ରିପୋର୍ଟରେ ମୃତ୍ୟୁର ସମୟ ସମ୍ପର୍କରେ କୌଣସି ସୂଚନା ନାହିଁ। ଏଥିରୁ ହିଁ ସୁଶାନ୍ତଙ୍କୁ ହତ୍ୟା କରାଯାଇ ଝୁଲାଇ ଦିଆଯାଇଛି ଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହେବ। ଏନେଇ ମୁମ୍ବାଇ ପୋଲିସ ଓ କୁପର ହସ୍ପିଟାଲକୁ ଜବାବ ଦେବାକୁ ପଡିବ। ମାମଲାର ଯାଞ୍ଚ ଏବେ ସିବିଆଇ କରୁଛି। କିନ୍ତୁ ସବୁ ଦିଗରୁ ତଦନ୍ତ ହେବା ଆବଶ୍ୟକ। ଗଭୀରକୁ ନଗଲେ ସତ୍ୟ ସାମ୍ନାକୁ ଆସିବ ନାହିଁ ବୋଲି ସେ କହିଛନ୍ତି।
ସୁଶାନ୍ତ ସିଂହ ମୃତ୍ୟୁକୁ ୨ ମାସ ହୋଇଯାଇଛି। ଗତ ଜୁନ ୧୪ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ରହୁଥିବା ଫ୍ଲାଟର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଏପର୍ଯ୍ୟନ୍ତ ମଧ୍ୟ ତାଙ୍କ ମୃତ୍ୟୁ ଉପରୁ ପରଦା ଉଠିପାରି ନାହିଁ।
Comments are closed.