୧୯ରେ ଯୁକ୍ତ ଦୁଇ ବାଣିଜ୍ୟ ଫଳାଫଳ

ଭୁବନେଶ୍ବର: ଅଗଷ୍ଟ ୧୯ ତାରିଖରେ ଯୁକ୍ତ ଦୁଇ ବାଣିଜ୍ୟ ଓ ୩୧ ତାରିଖ ପୂର୍ବରୁ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇସାରିଛି।
ଅଗଷ୍ଟ ୧୯ ତାରିଖରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ। ୧୯ ତାରିଖ ଦିନ ୧୧ଟା ୩୦ରେ ପ୍ରକାଶ ପାଇବ ଏହି ରୋଜଲ୍ଟ। ସେହିପରି ଅଗଷ୍ଟ ୩୧ ପୂର୍ବରୁ ପ୍ରକାଶ ପାଇବ +୨ କଳା ରେଜଲ୍ଟ। ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।
Comments are closed.