ପବ୍ଜି ଖେଳକୁ ବାରଣ କଲା ମାମୁଁ, ଜୀବନ ହାରିଲେ ଯୁବକ

ବାସୁଦେବପୁର: ଯୁବପିଢ଼ୀଙ୍କୁ ଘାରିଛି ପବ୍ଜି ନିଶା। ଏପରିକି ପବ୍ଜି ଖେଳିବାକୁ ବାରଣ କରିବାରୁ ଜୀବନ ହାରିଲେ ଯୁବକ। ପବ୍ଜି ଖେଳକୁ ବାରଣ କରିବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ୨୦ ବର୍ଷର ଯୁବକ ଜୀବନ ହାରିଛିନ୍ତିି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ପାଣିଝରିଆ ଗାଁରେ। ଉକ୍ତ ଗ୍ରାମର ଅମୂଲ୍ୟ ସାହୁଙ୍କ ପୁଅ ଗଣେଷକୁ ତାର ମାମୁଁ ପବ୍ଜି ଖେଳିବାକୁ ବାରଣ କରିବାରୁ ସେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ମୃତ ଗଣେଶର ମାମୁଁ ଉମେଶଙ୍କ କହିବା ମୁତାବକ, ମାମୁଁ ଭଣଜା ଦୁଇଜଣ ଧାମରା ନିକଟରେ ଏକ ଚିଙ୍ଗୁଡି ଫାର୍ମରେ ଦୁଇମାସ ହେବ କାମ କରୁଥିଲେ। ଗଣେଶ ଫାର୍ମରେ କାମରେ ମନ ନଦେଇ ସବୁବେଳେ ମୋବାଇଲରେ ପବ୍ଜି ଖେଳେ। ଗଣେଶର ଖେଳକୁ ମାମୁଁ ଉମେଶ ବାରଣ କରୁଥିଲା। ଘଟଣାକୁ ନିଜ ଭଉଣୀ ସହିତ ଗଣେଶର ମାଉସୀ ଘରକୁ ମଧ୍ୟ ଜଣାଇଥିଲା। ମଉଷା ମାଉସୀ ଗଣେଶକୁ ବୁଝାଶୁଝା କରି ଫାର୍ମକୁ ପଠାଇଥିଲେ। ସୋମବାର ଫାର୍ମର ରହିଥିବା ବେଳେ ଘରେ କେହିନଥିବା ସୁଯୋଗ ନେଇ ଗଣେଶ ବେକରେ ରସିଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଖାଦ୍ୟଧରି ସଥୀମାନେ ଫାର୍ମକୁ ଫେରି ଦେଖନ୍ତି ଗଣେଶ ରସିରେ ଝୁଲୁଛି। ମାମୁଁ ସହିତ ସାଥୀମାନେ ତାକୁ ଉଦ୍ଧାରକରି ବାସୁଦେବପୁର ଡାକ୍ତରଖାନାକୁ ନେଇଆସିଥିବା ବେଳେ ଡାକ୍ତର ଗଣେଷ ମୃତ ଘୋଷଣା କରିଥିଲେ।
Comments are closed.