ନିଲାମ ହେବ ବିଦ୍ୟା ବାଲାନଙ୍କ ଶାଢ଼ୀ: ସମସ୍ତ ଅର୍ଥ ପାଇବେ ବୁଣାକାର ଭାଗବତ ମେହେର

ଭୁବନେଶ୍ୱର: ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢ଼ି’ ନିଲାମ ହେବ। ଅନଲାଇନରେ ୧୫ ତାରିଖରୁ ନିଲାମ ଆରମ୍ଭ ହୋଇଥିବା ବେଳେ ୨୦ ତାରିଖ ରାତି ୧୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଆଗ୍ରହୀ ବ୍ୟକ୍ତି ଏହାକୁ କିଣିବା ପାଇଁ ‘ଗୁଗୁଲ ଫର୍ମସ’ରେ ଆବେଦନ କରିପାରିବେ । ଶାଢ଼ି ବିକି୍ରର ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ ।
‘ଉକ୍ରଳ ଅମି୍ରତା’ ବ୍ରାଣ୍ଡ ନାଁରେ ଏହାକୁ ବିଦ୍ୟା ବାଲାନଙ୍କ ପାଖେ ପହଞ୍ଚାଇଥିବା ସାବତ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶିକା ଅନିତା ସାବତ ଓ ଅମି୍ରତା ସାବତ ଏନେଇ ସୂଚନା ଦେଇଛନ୍ତି । ଅନିତା କହିଛନ୍ତି, ମୁମ୍ବାଇରେ ଏକ ପ୍ରଦର୍ଶନୀରେ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଟିମ୍ ସଦସ୍ୟଙ୍କ ସହ ଅମି୍ରତା ସାବତ ଯୋଗାଯୋଗ କରି ଶ୍ରୀଗଣିତ ଶାଢ଼ି ବାବଦରେ କହିଥିଲେ । ଏହାକୁ ଶୁଣିବା ପରେ ଟିମ ସଦସ୍ୟ ବିଦ୍ୟା ବାଲାନଙ୍କୁ ଶାଢ଼ି ସମ୍ପର୍କରେ କହିଥିଲେ । ବିଦ୍ୟା ଶାଢ଼ିଟି ଦେଖି ଖୁସି ବ୍ୟକ୍ତ କରିଥିବା ବେଳେ ଏହାକୁ ସେ ତାଙ୍କର ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଶକୁନ୍ତଳା’ର ରିଲିଜ ପୂର୍ବଦିନ ପିନ୍ଧିବେ ବୋଲି କହିଥିଲେ । ନିଷ୍ପତ୍ତି ମୁତାବକ ଶାଢ଼ି ଯୋଗାଇ ଦିଆଯାଇଥିଲା । ବିଦ୍ୟା ଶାଢ଼ି ପିନ୍ଧି ସୋସିଆଲ ମିଡିଆରେ ବୁଣାକାରଙ୍କୁ ବହୁତ ପ୍ରଶଂସା କରିଥିଲେ । ଏଥିସହ ଚୁକ୍ତି ମୁତାବକ ଶାଢ଼ିଟି ପିନ୍ଧିବା ପରେ ଫେରାଇ ଦେଇଥିଲେ । ଶାଢ଼ିଟି ଆସିବା ପରେ ଏହାକୁ କିଣିବା ପାଇଁ ଅନେକ ଆଗ୍ରହ ପ୍ରକାଶ କରିଥିଳେ । ଲୋକଙ୍କ ଭିତରେ ଏହି ଆଗ୍ରହକୁ ଦେଖି ଏହାର ନିଲାମ କଥା ମନକୁ ଆସିଥିଲା । ବିଦ୍ୟା ଏହି ଶାଢ଼ିଟି ପିନ୍ଧିବା ପରେ ଏହାର ଅନେକ ଦାବିଦାର ବାହାରୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶାଢ଼ିର ପ୍ରକୃତ ବୁଣାକାରଙ୍କୁ ଶାଢ଼ି ନିଲାମର ସମସ୍ତ ଅର୍ଥ ଦେବାକୁ ମନସ୍ଥ କରି ଏଭଳି ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି ।
Comments are closed.