କରୋନା: ଭୁବନେଶ୍ବରରୁ ଆଉ ୨୨୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସ୍ଥିତି ଅଣାୟତ୍ତ। ୨୪ ଘଣ୍ଟାରେ ଭୁବନେଶ୍ବରରେ ଆଉ ୨୨୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ବର ମହାନଗର ନିଗମରେ ମୋଟ ୫୭୦୭ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ବିଏମ୍ସି ପକ୍ଷରୁ ସୂଚନା ରହିଛି।
ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାସହ ୧୨୩ଜଣ ସୁସ୍ଥ ହୋଇଛନ୍ତି। ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।
Update on newly detected & cured #COVID19 cases in the last 24 hrs under the BMC area on 18th Aug 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/Ztj9zZy8Tk— BMC (@bmcbbsr) August 18, 2020
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୫୭୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬୯୦ଜଣ ସୁସ୍ଥ ହୋଇଛନ୍ତି ଓ ୨୮ଜଣଙ୍କର ମୃତ୍ୟୁ ଘଟିଛି। ଏବେ ବି ୧୯୮୩ଜଣ ଚିକିତ୍ସାଧୀନ ଅବସ୍ତାରେ ଅଛନ୍ତି।
Comments are closed.