ଏଣିକି ଅନ୍ଲାଇନ୍ରେ ମିଳିବ ବିଦ୍ୟୁତ୍ ସେବା

ଭୁବନେଶ୍ବର : ଏଣିକି ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଅନ୍ଲାଇନ୍ ସେବା ଯୋଗାଇ ଦିଆଯାିବ। ଏଥିପାଇଁ ରାଜ୍ୟ ଶକ୍ତି ବିଭାଗ ଏକ ଅନ୍ଲାଇନ୍ ପୋର୍ଟାଲ୍ ପ୍ରସ୍ତୁତ କରୁଛି। ଏହାକୁ ସରଳ ଓ ଦ୍ବିଭାଷୀ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଲୋକସେବା ଭବନରେ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉତ୍ତମ ବିଦ୍ୟୁତ ସେବା ଯୋଗାଣରେ ପୋର୍ଟାଲ୍ର ଉପଯୋଗିତା ସମ୍ପର୍କରେ ଉପସ୍ଥାପନା କରିଥିଲେ। ଏଥିରେ ବିଦ୍ୟୁତ ସଂଯୋଗ ଦେୟ ସବୁ ବିତରକ କମ୍ପାନି ଅଞ୍ଚଳରେ ସମାନ ରହିବ। ବିଦ୍ୟୁତ ଭିତ୍ତିଭୂମି ଥିବା ଅଞ୍ଚଳରେ ଘରୋଇ ଓ ୫ କିଲୋଓ୍ବାଟ୍ ପର୍ଯ୍ୟନ୍ତ ଲଘୁ ଉଦ୍ୟୋଗ ଉପଭୋକ୍ତାମାନଙ୍କୁ ଆବେଦନ କରିବାର ୪୮ ଘଣ୍ଟା ମଧ୍ୟରେ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯିବ। କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଉଭୟ ଉପଭୋକ୍ତା ଓ ସମ୍ପୃକ୍ତ ବିତରକ କମ୍ପାନି ଅଧିକାରୀଙ୍କୁ ଏସ୍.ଏମ୍.ଏସ୍ ଯୋଗେ ସୂଚନା ପ୍ରଦାନ କରାଯିବ। ଅନ୍ଲାଇନ୍ ଦରଖାସ୍ତ ଦାଖଲ ପରେ ସଂଯୋଗ ଦେୟ, ଚୁକ୍ତି ପତ୍ର, ବିଲ୍ ଓ ବିଲ୍ ପଇଠ ସୁବିଧା ଆଦି ସେହି ପୋର୍ଟାଲ୍ ମାଧ୍ୟମରେ କରାଯିବ। ବିଶେଷକରି ବିଦ୍ୟୁତ୍ ଗ୍ରାହକମାନେ ଆପତ୍ତି ଅଭିଯୋଗ ଦାଖଲ ଓ ଆଶୁ ସମାଧାନ ପାଇଁ ପୋର୍ଟାଲ୍କୁ ବ୍ୟବହାର କରିପାରିବେ।
Comments are closed.