ବାଲିଆପାଳରେ ସର୍ବାଧିକ ବର୍ଷା ରେକର୍ଡ

ବାଲେଶ୍ୱର : ବାଲେଶ୍ୱର ବାଲିଆପାଳ ବ୍ଲକରେ ସର୍ବାଧିକ ୧୬୫ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ରାସଗୋବିନ୍ଦପୁରରେ ୧୨୨, ଜଳେଶ୍ୱରରେ ୧୧୫ ଓ ମାର୍ଶାଘାଇରେ ୧୧୪ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲା ହିସାବରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୬୩.୪ ଓ ଜଗତସିଂହପୁରରେ ୬୨.୮ ମିମି ବର୍ଷା ରେକର୍ଡ କରାଯାଇଛି ।
ସେପଟେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନିରେ ପୁଣି ଜଳକା ନଦୀ ବିପଦ ସଂକେତ ଟପିଥିବା ଜଣାଯାଇଛି । ଏଠାରେ ବିପଦ ସଂକେତ ୫.୫ ମିଟର ଥିବାବେଳେ ଜଳସ୍ତର ୬.୧ ମିଟର ଥିବା ଜଣାଯାଇଛି।
Comments are closed.