ସୁଶାନ୍ତ ମୃତ୍ୟୁ ମାମଲାର ତଦନ୍ତ କିଏ କରିବ?, ଆଜି ସୁପ୍ରିମକୋର୍ଟରେ ଶୁଣାଣି
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତି ସାରିଛି। ହେଲେ ଏବେ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁ ପଛରେ କିଏ ଅଛି ତାହା ଜଣା ପଡ଼ିନାହିଁ। ଏଭଳିକି ଏହି ମାମଲାର ଯାଞ୍ଚ କିଏ କରିବ ତାହା ସ୍ଥିର ହୋଇପାରୁନାହିଁ। ଯାହା ଫଳରେ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିପାରୁ ନାହିଁ। ଏହାରି ମଧ୍ୟରେ ସୁଶାନ୍ତ ମୃତ୍ୟୁ ଘଟଣାର ତଦନ୍ତ କିଏ କରିବ? ସିବିଆଇ ନା ମୁମ୍ବଇ ପୁଲିସ। ଏହା ଉପରେ ସୁପ୍ରିମକୋର୍ଟ ଆଜି ଚୂଡାନ୍ତ ନିଷ୍ପତ୍ତି ଶୁଣାଇବେ।
ଆଜି ସକାଳେ ୧୧ଟାବେଳେ ସୁପ୍ରିମ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ନିଷ୍ପତ୍ତି ଶୁଣାଇବେ। ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇବେ। ବିହାର ପୁଲିସରୁ ମହାରାଷ୍ଟ୍ର ପୁଲିସକୁ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ସ୍ଥାନାନ୍ତର କରିବାକୁ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ପ୍ରକାଶ କରିବେ। ଏହାସହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ନାଁ ମୁମ୍ବଇ ପୁଲିସ ସେ ନେଇ ନିଷ୍କର୍ଷ ବାହାରିବ ।
ସର୍ବୋଚ୍ଚନ୍ୟାୟାଳୟ ଅଗଷ୍ଟ ୧୧ ରେ ଶେଷ ଶୁଣାଣିରେ ଏହାର ରାୟ ସଂରକ୍ଷିତ ରଖିଥିଲେ ଏବଂ ସମସ୍ତ ପକ୍ଷଙ୍କୁ ଏହି ମାମଲାରେ ନିଜର ମତ ଦାଖଲ କରିବାକୁ କହିଥିଲେ। ସୁଶାନ୍ତଙ୍କ ସହ ସମ୍ପର୍କ ରଖିଥିବା ରିୟା ଚକ୍ରବର୍ତ୍ତୀ ଏହି ଘଟଣାରେ ବିହାର ପୋଲିସ କିପରି ଏଫ୍ଆଇଆର୍ ପଞ୍ଜୀକୃତ କରିଛି ସେନେଇ ପ୍ରଶ୍ନ ଉଠାଇ ପାଟନାରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଯୁକ୍ତି ବାଢିଥିଲେ।
Comments are closed.