କୋଭିଡ୍ ମୁକାବିଲା ପାଇଁ ଟେକ୍ନିକାଲ କମିଟି ଗଠନ
ଭୁବନେଶ୍ବର: କୋଭିଡ୍ ମହାମାରୀ ମୁକାବିଲା ପାଇଁ ୭ ଗୋଟି ମେଡିକାଲ କଲେଜର ବରିଷ୍ଠ ପ୍ରଫେସରଙ୍କୁ ନେଇ ରାଜ୍ୟ ସରକାର ଟେକ୍ନିକାଲ କମିଟି ଗଠନ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଏହି ଟିମ୍ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି କରୋନା ଚିକତ୍ସା ସୁବିଧା ତଦାରଖ କରିବା ସହ ମୃତ୍ୟୁହାର କମାଇବା ଉପରେ ପରାମର୍ଶ ଦେବ।
ରାଜ୍ୟର ୭ଟି ମେଡିକାଲ କଲେଜ ମଧ୍ୟରେ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲା ଭୀମସାର, ବଲାଙ୍ଗୀର ବିବି ମେଡିକାଲ କଲେଜ ଓ ହସ୍ପିଟାଲ, କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱର ଏଫ୍ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ୍, ବାରିପଦା ପିଆର୍ଏମ୍ ମେଡିକାଲ କଲେଜ ଓ ହସ୍ପିଟାଲ ରହିଛି।
Comments are closed.