Odisha Link
Bridging the Missing Links in Odisha

CBI ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ କରିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨ମାସ ବିତି ସାରିଛି। ହେଲେ ଏବେ ସୁଦ୍ଧା ସୁଶାନ୍ତଙ୍କ ମୃତ୍ୟୁ ପଛରେ କିଏ ଅଛି ତାହା ଜଣା ପଡ଼ିନାହିଁ। ଯାହା ଫଳରେ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିପାରୁ ନାହିଁ। ଏହାରି ମଧ୍ୟରେ ସୁଶାନ୍ତ ମୃତ୍ୟୁ ଘଟଣାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବ।

ଆଜି ସକାଳେ ୧୧ଟାବେଳେ ସୁପ୍ରିମ କୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ନିଷ୍ପତ୍ତି ଶୁଣାଇଛନ୍ତି। ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇଚନ୍ତି। ବିହାର ପୁଲିସରୁ ମହାରାଷ୍ଟ୍ର ପୁଲିସକୁ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ସ୍ଥାନାନ୍ତର କରିବାକୁ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ଏହାସହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସିବିଆଇ କରିବ ସେ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହାସହ ବିହାର ସରକାର କରିଥିବା ଆବେଦନ ସଠିକ୍ ଓ ବିହାର ସରକାରଙ୍କ ତଦନ୍ତ ଅଧିକାର ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ମହାରାଷ୍ଟ୍ର ସରକାରଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସର୍ବୋଚ୍ଚନ୍ୟାୟାଳୟ ଅଗଷ୍ଟ ୧୧ ରେ ଶେଷ ଶୁଣାଣିରେ ଏହାର ରାୟ ସଂରକ୍ଷିତ ରଖିଥିଲେ ଏବଂ ସମସ୍ତ ପକ୍ଷଙ୍କୁ ଏହି ମାମଲାରେ ନିଜର ମତ ଦାଖଲ କରିବାକୁ କହିଥିଲେ। ସୁଶାନ୍ତଙ୍କ ସହ ସମ୍ପର୍କ ରଖିଥିବା ରିୟା ଚକ୍ରବର୍ତ୍ତୀ ଏହି ଘଟଣାରେ ବିହାର ପୋଲିସ କିପରି ଏଫ୍ଆଇଆର୍ ପଞ୍ଜୀକୃତ କରିଛି ସେନେଇ ପ୍ରଶ୍ନ ଉଠାଇ ପାଟନାରେ ପଞ୍ଜୀକୃତ ହୋଇଥିବା ଏଫ୍ଆଇଆର୍ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଯୁକ୍ତି ବାଢିଥିଲେ।

Comments are closed.