Odisha Link
Bridging the Missing Links in Odisha

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର: ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ କଲେଜରେ ନାମଲେଖା ପାଇଁ ଆଜି ପୂର୍ବାହ୍ନ ୧୧ଟାରୁ ଆବେଦନ ଆରମ୍ଭ ହେବ। ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ www.samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ (ସିଏଏଫ୍‌)ରେ ଆବେଦନ କରିପାରିବେ। ସେପ୍ଟେମ୍ବର ୯ ପୂର୍ବାହ୍ଣ ୧୧ଟାରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୧୧ରୁ ୧୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଚୟନ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୧ ତାରିଖରୁ ୧୯ ତାରିଖ ମଧ୍ୟରେ ପ୍ରଥମ ଚୟନରେ ନାମ ଲେଖିଥିବା ଛାତ୍ରଛାତ୍ରୀ ସ୍ଲାଇଡ୍ ଅପ୍ ଅନୁରୋଧ ବା ଖାଲି ସିଟ୍ ଥିବା ଉନ୍ନତ ଧରଣର କଲେଜକୁ ବଦଳି ଆବେଦନ କରିପାରିବେ।

ସେପ୍ଟେମ୍ବର ୨୩ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ୨୪ ରୁ ୨୮ ତାରିଖ ମଧ୍ୟରେ ନାମଲେଖା ହେବ। ୨୮ ତାରିଖ ସନ୍ଧ୍ୟା ୬ଟାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧ ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍ ସିଲେକ୍ସନ ତାଲିକା ବାହାରିବ। ଅକ୍ଟୋବର ୧ରୁ ୩ ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ଲାଗି ସମ୍ପୃକ୍ତ କଲେଜରେ ନାମ ପଞ୍ଜୀକରଣ କରାଯିବ ଏବଂ ୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୫ ତାରିଖରେ ସ୍ପଟ୍ ନାମଲେଖା ଅନୁଷ୍ଠିତ ହେବ।

ଚଳିତ ବର୍ଷ ୨୦୧୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪ ଲକ୍ଷ ୫୨ ହଜାର ୧୮୭ସିଟ୍‌ରେ ଯୁକ୍ତଦୁଇ ନାମଲେଖା ଅନୁଷ୍ଠିତ ହେବ। କରୋନା କାଟକଣା ଥିବା ସମସ୍ତ କାଗଜପତ୍ର ଅନଲାଇନ୍‌ରେ ଦାଖଲ କରିବାକୁ ପଡିବ। ଅରିଜିନାଲ୍ ମାର୍କସିଟ୍‌, ଜାତି ପ୍ରମାଣପତ୍ର, ପ୍ରୋଭିଜନାଲ୍ ସାର୍ଟିଫିକେଟ୍ ଆଦି ଆବଶ୍ୟକୀୟ କାଗଜପତ୍ର କେବଳ ନାମଲେଖା ସମୟରେ ଦେଖାଇବାକୁ ପଡ଼ିବ।

ଚଳିତବର୍ଷ ନାମଲେଖା ଆବେଦନ ଫି’କୁ କମାଇ ଦିଆଯାଇଛି। ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ଆବେଦନ ଫି’ ୩୦୦ରୁ ୨୦୦ ଟଙ୍କାକୁ କମାଇ ଦିଆଯାଇଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତିଙ୍କର ୧୦୦ ଟଙ୍କାକୁ ହ୍ରାସ ପାଇଛି। କରେସପଣ୍ଡେନ୍ସ କୋର୍ସରେ ନାମଲେଖା ନିୟମିତ ନାମଲେଖା ଶେଷ ହେବାର ୧୫ ଦିନ ପରେ ଆରମ୍ଭ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.