ଦେଶର ଦୀର୍ଘତମ ନଦୀ ରୋପୱେ ଉଦ୍ଘାଟିତ

ଗୁଆହାଟୀ: ଆଜି ଆନୁଷ୍ଠାନିକ ଭାବେ ଉଦଘାଟିତ ହେଲା ଦେଶର ଦୀର୍ଘତମ ନଦୀ ରୋପଓ୍ଵେ। ଆସାମର ରାଜଧାନୀ ଗୁଆହାଟୀ ଏବଂ ଉତ୍ତର ଗୁଆହାଟୀକୁ ସଂଯୋଗ କରୁଛି ଭାରତର ଦୀର୍ଘତମ ନଦୀ ରୋପୱେ। ଆସାମରେ ପ୍ରବାହିତ ବ୍ରହ୍ମପୁତ୍ର ନଦୀରେ ଉପରେ ନିର୍ମିତ ହୋଇଛି ୧.୮ କିଲୋମିଟର ଲମ୍ବର ଏହି ରୋପୱେ।
ଗୁଆହାଟୀର କାଚରୀ ଘାଟରୁ ଉତ୍ତର ଗୁଆହାଟୀର ଡଲ୍ ଗୋବିନ୍ଦା ମନ୍ଦିର ପର୍ଯ୍ୟନ୍ତ ଲମ୍ବିଛି ଏହି ରୋପଓ୍ବେ। ଏହି ରୋପଓ୍ବରେ ଯାତ୍ରା ସମୟ ଆଠ ମିନିଟ୍ ରହିଛି। ଏହି ରୋପ୍ଓ୍ଵେରେ ଏକକାଳୀନ ୩୦ ଯାତ୍ରୀ ଯାତ୍ରା କରିପାରିବାର କ୍ଷମତା ରହିଛି। ତେବେ, ସଂପ୍ରତି କୋଭିଡ୍-୧୯ କଟକଣା ଓ ଗାଇଡଲାଇନ ପାଇଁ କେବଳ ୧୫ ଜଣ ଯାତ୍ରୀ ଯାତ୍ରା କରି ପାରିବେ। ବର୍ତ୍ତମାନ ପାଇଁ ଗୋଟିଏ ଥରରେ ୧୫ ଜଣ ଯାତ୍ରା କରିପାରିବେ ବୋଲି ଘୋଷଣା କରାଯାଇଛି।
Comments are closed.