ମାଲକାନଗିରି : ଧୀରେ ଧୀରେ ସୁଧୁରୁଛି ବନ୍ୟା ସ୍ଥିତି

ମାଲକାନଗିରି : ଲଗାଣ ବର୍ଷାରେ ବେହାଲ ହୋଇଥିବା ମାଲକାନଗିରିର ମୋଟୁ ଅଞ୍ଚଳର ଏବେ ଧୀରେ ଧୀରେ ସୁଧାର ଆସିଛି। ବର୍ଷା କମିବା ଯୋଗୁଁ ମୋଟୁ ମୁଗିପଏଣ୍ଟରେ ପାଣି କିଛିଟା କମିଛି ତଥାପି ମୋଟୁର ଅନେକ ଅଞ୍ଚଳ ବର୍ତ୍ତମାନ ସୁଦ୍ଧା ଜଳ ମଗ୍ନ ହୋଇ ରହିଛି । ସିଲେରୁ ଓ ସାବେରୀ ନଦୀର ବନ୍ୟା ପାଣି ଯୋଗୁଁ ଗତ ୧୦ ଦିନ ଧରି ମୋଟୁ ତହସିଲର ବିନାୟକପୁର, ଆଲମା, ପେଟା, ମୁରଲିଗୁଡା ଓ ଜିଲେନଗୁଡା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି ।
ସେହିପରି ଦୁଇ ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଥିବା ବେଳେ ତିନି ଶହରୁ ଅଧିକ ଲୋକଙ୍କ ଘର ଭାଙ୍ଗି ଯାଇଛି। ୨୫୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ବନ୍ୟା ଆଶ୍ରୟ ସ୍ଥଳୀରେ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି। ୩୨୬ ନମ୍ବର ଜାତୀୟ ରାଜ ପଥର ମୋଟୁ ଓ ଚିନ୍ତୁର ମଧ୍ୟରେ ଯୋଗା ଯୋଗ ବିଚ୍ଛିନ୍ନ ରହିଛି। କାଲେରୁ ଗାଁ ନିକଟେ ରାଜ ରାସ୍ତା ଉପରେ ୧୦ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଛି । ଓଡିଶାର ମୁଗିପଏଣ୍ଟ ଠାରୁ ଆରମ୍ଭ କରି ଛତିଶଗଡ ଖୁଣ୍ଟା ଓ ଆନ୍ଧ୍ର ପ୍ରଦେଶର ଚିନ୍ତୁରକୁ ବନ୍ୟା ପାଣିରେ ଏକତ୍ରିତ କରି ଦେଇଛି । ଗୋଦାବରି ନଦୀର ବ୍ୟାକ୍ ୱାଟର ଯୋଗୁଁ ମୋଟୁରେ ଏପରି ବନ୍ୟା ପରିସ୍ତିତି ସୃଷ୍ଟି ହୋଇଥିବା ଜିଲ୍ଲାପାଳ କହିଛନ୍ତି
Comments are closed.