୨୦୧୯-୨୦ ଆର୍ଥିକ ବର୍ଷରେ ଛାପା ହୋଇନାହିଁ ୨୦୦୦ ଟଙ୍କିଆ ନୋଟ୍

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ୍ର ବାର୍ଷିକ ରିପୋର୍ଟ ମୁତାବକ, ୨୦୧୯-୨୦ଆର୍ଥିକ ବର୍ଷରେ ଆଦୌ ୨୦୦୦ ଟଙ୍କିଆ ନୋଟ୍ ଛାପା ହୋଇନ ଥିବା ବେଳେ ୧୨୦୦ କୋଟି ଖଣ୍ଡ ୫୦୦ ଟଙ୍କିଆ ନୋଟ୍ ଛାପା ହୋଇଛି। ୨୦୧୮-୧୯ ବର୍ଷରେ ରିଜର୍ଭ ବ୍ୟାଙ୍କ୍ ୫ କୋଟି ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ଛାପିଥିଲା। ୬, ୫୮, ୧୯୯ କୋଟି ଟଙ୍କା ବ୍ୟୟରେ ମୁଦ୍ରିତ ୩୨, ୯୧୦ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍ ୨୦୧୯ ମାର୍ଚ ସୁଦ୍ଧା ପ୍ରସାରିତ ହେଉଥିଲା। କିନ୍ତୁ, ୨୦୨୦ ମାର୍ଚ ସୁଦ୍ଧା ୨୦୦୦ ଟଙ୍କିଆ ସଂଖ୍ୟା ୨୭, ୩୯୮ ଲକ୍ଷକୁ ହ୍ରାସ ପାଇଲା ଓ ମୂଲ୍ୟ ମଧ୍ୟ ୫୪୭, ୯୫୨ କୋଟିକୁ ହ୍ରାସ ପାଇଲା। ୨୦୧୮ରେ ୩୭.୩% ଏବଂ ୨୦୧୯ରେ ୩୧. ୨% ଥିବା ୨୦୦୦ ଟଙ୍କିଆ ନୋଟ୍ ସମୁଦାୟ ମୂଲ୍ୟ ସମ୍ପ୍ରତି ମାତ୍ର ୨୨.୬% ରହିଛି।
ଅନ୍ୟ ପକ୍ଷରେ, ୫୦୦ ଟଙ୍କିଆ ନୋଟ୍ର ପ୍ରସାରଣ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ବର୍ଷେ ତଳେ ୧୦. ୭୫ ଲକ୍ଷ କୋଟି ମୂଲ୍ୟ ଥିବା ୫୦୦ ଟଙ୍କିଆ ନୋଟ୍ ମାର୍ଚ ୨୦୨୦ରେ ୧୪. ୭୨ ଲକ୍ଷ କୋଟିରେ ପହଞ୍ଚିଛି। ୨୧୫, ୧୭୬ ଥିବା ୫୦୦ ଟଙ୍କିଆ ନୋଟ୍ ସଂଖ୍ୟା ମଧ୍ୟ ୨୦୧୯ରେ ୨୯୪,୪୭୫କୁ ବୃଦ୍ଧି ପାଇଛି। ଭାରତରେ ଥିବା ବ୍ୟାଙ୍କ୍ ନୋଟ୍ଗୁଡ଼ିକର ସମୁଦାୟ ମୂଲ୍ୟର ୬୦. ୫% ହେଉଛି ୫୦୦ ଟଙ୍କିଆ ନୋଟ୍।
Comments are closed.