ସ୍କୁଲ୍ ସିଲାବସ୍ ୩୦% ପ୍ରତିଶତ କମିଲା

ଭୁବନେଶ୍ବର: କରୋନା ମହାମାରୀ ପାଇଁ ୩୦% ପ୍ରତିଶତ ସିଲାବସ୍ କମିଲା। ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍ରେ ୩୦% ପ୍ରତିଶତ ହ୍ରାସ କରାଯାଇଛି।
ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇ କହିଛନ୍ତିଯେ, ୩ଟି କମିଟିର ସୁପାରିସ ଆଧାରରେ ଏହି ୩୦% ପ୍ରତିଶତ ସିଲାବସ୍ କମାଯାଇଛି। ନୂଆ ସିଲାବସ୍ ବୋର୍ଡ, ସିଏଚ୍ଏସ୍ଇ, ଏସ୍ସିଇଆର୍ଟି ଓ୍ବେବସାଇଟ୍ରେ ଉପଲବ୍ଧ ହେବ। କରୋନା ସଂକ୍ରମଣ ଯୋଗୁ ରାଜ୍ୟରେ ଶିକ୍ଷାଦାନ ପ୍ରଭାବିତ ହୋଇଛି। ମାର୍ଚ୍ଚ ମାସରୁ ସ୍କୁଲ, କଲେଜ ସହ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସ୍କୁଲ କେବେ ଖୋଲିବ ସେ ନେଇ କିଛି ସ୍ପଷ୍ଟ ସୂଚନା ନାହିଁ। ଏହିଭଳି ସମୟରେ ପିଲାଙ୍କ ମୁଣ୍ଡରୁ ପାଠ ପଢା ବୋଝ କମାଇବା ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
Comments are closed.