ଯୁବକମାନେ ଆବିଷ୍କାର କଲେ ହଜାର ବର୍ଷ ତଳର ସ୍ବର୍ଣ୍ଣ ମୁଦ୍ରା

ଓଏଲ୍ ବ୍ୟୁରୋ: ଯୁବକ ମାନେ ଆବିଷ୍କାର କଲେ ହଜାର ବର୍ଷ ତଳର ସ୍ବର୍ଣ୍ଣ ମୁଦ୍ରା। ଏହି ସ୍ବର୍ଣ୍ଣ ମୁଦ୍ରା ଅଗଷ୍ଟ ୧୮ ତାରିଖରେ ଆବିଷ୍କୃତ ହୋଇଥିବା ସୂଚନା ରହିଛି। ଏଭଳି ଖବର ଇସ୍ରାଏଲରୁ ଆସିଛି। ଇସ୍ରାଏଲର କିଛି ଯୁବକ ଦୀର୍ଘ ୧ ହଜାର ବର୍ଷ ତଳର ସ୍ବର୍ଣ୍ଣ ମୁଦ୍ରା ମାଟି ତଳୁ ଆବିଷ୍କାର କରିଛନ୍ତି। ଆବିଷ୍କୃତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଇସ୍ରାଏଲ୍ ଆଣ୍ଟିକୁଇଟିକ୍ ଅଧିକାରୀ। ସେଣ୍ଟ୍ରାଲ ଇସ୍ରାଏଲରେ ଖନନ ସମୟରେ କିଛି ଯୁବକ ଏହି ସ୍ବର୍ଣ୍ଣ ମୁଦ୍ରା ମାଠିଆ ଠାବ କରିଛନ୍ତି ବୋଲି ସେ କହିଛନ୍ତି।
୧ହଜାର ବର୍ଷ ପୂର୍ବେ ଏହି ସ୍ବର୍ଣ୍ଣମୁଦ୍ରା ମାଠିଆକୁ ଜଣେ ମାଟି ତଳେ ପୋତିଥିବେ ନିଶ୍ଚିତ। କୌଣସି କାରଣବସତଃ ମାଠିଆଟି ଆଉ ନେଇ ପାରି ନାହନ୍ତି ସେହି ବ୍ୟକ୍ତି ଜଣକ। ତେବେ ପରବର୍ତ୍ତୀ ସମୟରେ ବ୍ୟକ୍ତି ଜଣକ କାହିଁକି ଏହି ସ୍ବର୍ଣ୍ଣମୁଦ୍ରା ମାଠିଆକୁ ନେଇ ନାହାନ୍ତି ତାହା ଏବେ କହିବା ମୁସ୍କିଲ ବୋଲି ଖନନ ନିର୍ଦ୍ଦେଶକ ଲିଆତ ନାଦଭ ଜିଭ୍ କହିଛନ୍ତି।
ସ୍ବର୍ଣ୍ଣମୁଦ୍ରା ଲୁଚାଯାଇଥିବା ସ୍ଥାନରେ ସେତେବେଳେ ଏକ କର୍ମଶାଳା ଥିଲା। ତାର ମାଲିକଙ୍କ ପରିଚୟ ଏବେ ସୁଦ୍ଧା ମିଳିନାହିଁ। ଖନନରୁ ସ୍ବର୍ଣ୍ଣ ମୁଦ୍ରାଠାବ କରିଥିବା ଟିମର ଅନ୍ୟତମ ସଦସ୍ୟ ସ୍ବେଚ୍ଛାସେବୀ ଓଜ୍ କୋହେନ କହିଛନ୍ତି ଯେ, ମାଟି ଖୋଳିବା ବେଳେ ପତଳା ପତ୍ର ଭଳି କିଛି ମୋ ନଜରରେ ପଡ଼ିଲା। ପୁଣିଥରେ ଏହାକୁ ଦେଖିବାରୁ ସ୍ବର୍ଣ୍ଣମୁଦ୍ରା ବୋଲି ଜଣା ପଡ଼ିଲା। ଏଭଳି ଏକ ସ୍ବତନ୍ତ୍ର ତଥା ପ୍ରାଚୀନ ସମ୍ପତ୍ତି ଠାବ କରିବା ଉତ୍ସାହ ଜନକ ବୋଲି ସେ କହିଛନ୍ତି।
ନବମ ଶତାବ୍ଦୀରେ ଆବାସିଡ କାଲିଫେଟ୍ କାଳ ୪୨୫ରେ ୨୪ କ୍ୟାରେଟ ଖାଣ୍ଟିସୁନା ସେତେବେଳର ସବୁଠୁ ଗୁରୁତ୍ବପୂର୍ଣ୍ଣ ସମ୍ପତ୍ତି ହୋଇଥାଇ ପାରେ ବୋଲି ଆଣ୍ଟିକୁଇଟିଜ୍ ଅଥରିଟିର ମୁଦ୍ରା ବିଶେଷଜ୍ଞ ରୋବର୍ଟ କୁଲ କହିଛନ୍ତି।
Comments are closed.