Odisha Link
Bridging the Missing Links in Odisha

ରାଜ୍ୟରେ ରେକର୍ଡ ସଂଖ୍ୟକ ୩୩୪୩ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ୟ ପାଇଁ ଭଲ ଖବର। ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ରାଜ୍ୟରେ ୩୩୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୬୨ ହଜାର ୮୧୩ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୩୨, ସୁନ୍ଦରଗଡ଼ରୁ ୨୬୧, ଭଦ୍ରକରୁ ୨୪୫, ଗଞ୍ଜାମରୁ ୨୩୮, ରାୟଗଡ଼ାରୁ ୨୧୭, କଟକରୁ ୧୮୧, ବାଲେଶ୍ୱରରୁ ୧୫୫, ସମ୍ବଲପୁରରୁ ୧୨୭, ପୁରୀରୁ ୧୨୧, କୋରାପୁଟରୁ ୧୧୯, ମୟୁରଭଞ୍ଜରୁ ୧୧୨, ସୋନପୁରରୁ ୧୦୩, ବୌଦ୍ଧରୁ ୮୪, ବରଗଡ଼ରୁ ୭୮, କନ୍ଧମାଳରୁ ୬୮, ବଲାଙ୍ଗୀରରୁ ୬୫, ନୟାଗଡ଼ରୁ ୬୦, କଳାହାଣ୍ଡିରୁ ୫୬, ମାଲକାନଗିରିରୁ ୫୪, ଢ଼େଙ୍କାନାଳରୁ ୪୯, ନବରଙ୍ଗପୁରରୁ ୩୬, କେନ୍ଦୁଝରରୁ ୩୪, ଯାଜପୁରରୁ ୩୨, ଗଜପତିରୁ ୨୭, ଅନୁଗୁଳରୁ ୨୨, ଝାରସୁଗୁଡ଼ାରୁ ୨୦, କେନ୍ଦ୍ରାପଡ଼ାରୁ ୧୯, ଜଗତସିଂହପୁରରୁ ୧୬, ନୂଆପଡ଼ାରୁ ୧୧, ଦେଓଗଡ଼ରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.