ବନ୍ୟା ଜଳରେ ଭାସିଗଲେ ମହିଳା

ମୟୂରଭଞ୍ଜ: ବନ୍ୟାଜଳରେ ଭାସିଯାଇ ଜଣେ ମହିଳା ନିଖୋଜ। ଗଙ୍ଗାହାର ନଦୀର ବନ୍ୟାଜଳରେ ଭାସିଗଲେ ମହିଳା। ମହିଳା ଜଣଙ୍କ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଭୀମିଦା ଗ୍ରାମର ଜୀବନବନ୍ଧୁ ମହାପାତ୍ରଙ୍କ ପତ୍ନୀ ସ୍ନେହଲତା(୬୨)। ତାଙ୍କର ବଡ଼ପୁଅ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପରିବାରର ୪ ସଦସ୍ୟ ସରକାରୀ ଗାଡ଼ିରେ ବୁଧବାର ସକାଳେ ବଡ଼ସାହି ଡ଼ାକ୍ତରଖାନାକୁ ଆରଟିପିସିଆର କୋଭିଡ଼ ପରୀକ୍ଷା ପାଇଁ ଯାଇ ଫେରୁଥିଲେ।
ବୈଶିଙ୍ଗା-ଉଦଳା ରାସ୍ତାର ମାଣତ୍ରୀ ବିତନୁ ପୋଲ ଉପରେ ଗଙ୍ଗାହାର ନଦୀର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଗାଡ଼ିଟି ରାସ୍ତା ପାର ହୋଇପାରି ନଥିଲା ଏବଂ ସମସ୍ତଙ୍କୁ ଓହ୍ଲାଇ ଦେଇ ଫେରିଯାଇଥିଲା। ୪ଜଣ ଚାଲିଚାଲି ପୋଲ ପାରି ହେଉଥିବା ବେଳେ ମହିଳା ଜଣଙ୍କ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଥିବା ବଡ଼ସାହିର ପୂର୍ବତନ ବିଧାୟକ ସେଠାରେ ପହଞ୍ଚି ଦମକଳବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ସେଠାରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି।
Comments are closed.