Odisha Link
Bridging the Missing Links in Odisha

ଲଗାଣ ବର୍ଷାରେ ଭଦ୍ରକ ସ୍ଥିତି ବେହାଲ

ଭଦ୍ରକ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଭଦ୍ରକ ଆଖୁଆପଦା ନିକଟରେ ବୈତରଣୀ ନଦୀ ବିପଦ ସଙ୍କେତ ଟପି ଯାଇଛି । ଆଖୁଆପଦା ଆନିକଟଠାରେ ବିପଦ ସଂକେତ ୧୭.୮୩ ଥିବା ବେଳେ ବର୍ତ୍ତମାନ ଜଳସ୍ଥର ରହିଛି ୧୯ .୫୦ ରହିଛି ।

ଅନ୍ୟପଟେ କଣ୍ଟିଘାଇ , ଵାଲିପୋଖରୀ ଏସ୍‌କେପ୍‌ ଦେଇ ଜନବସତିକୁ ବନ୍ୟା ଜଳ ପ୍ରବାହିତ ହେଉଛି । ଭଣ୍ଡାରିପୋଖରୀ ବ୍ଲକର ରାମଚନ୍ଦ୍ରପୁର , ଭୁତିଆ ଆଦି ଅଞ୍ଚଳରେ ଥିବା ଗାଁ ଗୁଡିକ ଜଳବନ୍ଦୀ ହୋଇରହିଛି । ଭଣ୍ଡାରିପୋଖରୀ ଓ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ମାଳଦା ନିକଟ ସରତା ପୋଲ ଉପରେ ୪ ଫୁଟରୁ ଅଧିକ ବନ୍ୟା ଜଳ ପ୍ରବାହିତ ହେଉଛି ।

ସେହିପରି ଭଣ୍ଡାରିପୋଖରୀ ବ୍ଲକର ମାଳଦା , ସୋଳମପୁର , ରାହାଣିଆ , ନପଙ୍ଗ , ଵାଲୀପୋଖରୀ , କୁରିଗାଁ , ଝୁରୁଣା , ବନ୍ଧାଳମଢ଼ିଆଳି ପଞ୍ଚାୟତ ଜଳମଗ୍ନ ହୋଇଛି । ଗାଁ ଗୁଡିକ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଧାମନଗରରୁ ଫଳପୁର ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ଧାମନଗର ବ୍ଲକର ପଧାନୀ , ଦଳାଙ୍ଗ , ସୋହାଡ଼ା ଆଦି ଗାଁରେ ବନ୍ୟା ଜଳ ପ୍ରବେଶ କରିଛି । ଯାହାଫଳରେ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Comments are closed.