Odisha Link
Bridging the Missing Links in Odisha

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲ ଆଜି ଆଉ ପାଦେ ଆଗକୁ ଆଗେଇଛି। ସମାଜସେବୀ ଅଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିକେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଏନେଇ ଭୁବନେଶ୍ବର ଫରେନସିକ୍‌ ଲ୍ୟାବରେ ଜାଇ ଡିକେକ୍ସନ ଟେଷ୍ଟ ଆରମ୍ଭ କରାଯାଉଛିି।

ଏହି ଲାଇ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚରାଯିବା ସହ ସେ କେତେ ସତ କେତେ ମିଛ କହୁଛନ୍ତି ତାହାର ପରୀକ୍ଷା ନିରୀକ୍ଷା କରାଯିବ। କୋର୍ଟରେ ଲାଇ ଡିଟେକ୍ଟସନ ଟେଷ୍ଟ ରିପୋର୍ଟକୁ ଏକ ପ୍ରମାଣ ଭାବେ ଗ୍ରହଣ କରାଯାଉନଥିଲେବି ତଦନ୍ତରେ କିନ୍ତୁ ଏହା ବେଶ ସହାୟକ ହୋଇପାରିବ। ଆଦିତ୍ୟଙ୍କ ମୃତ୍ୟୁ ପାଇଁ କେତେକ ବିଦ୍ୟାଶ୍ରୀଙ୍କୁ ଦାୟୀ କରୁଥିବାବେଳେ ଅନ୍ୟ କେତେକ ତାଙ୍କର ବନ୍ଧୁ ପପୁ, ବିକାଶ ଓ ପ୍ରୀତମଙ୍କୁ ଦାୟୀ କରୁଛନ୍ତି । ଏପରିକି ବିଦ୍ୟାଶ୍ରୀ ଏହି ୩ ବନ୍ଧୁଙ୍କ ଆଡ଼କୁ ଆଙ୍ଗୁଳି ଉଠାଉଥିବାବେଳେ ଆଦିତ୍ୟଙ୍କ ସହଯୋଗୀ ଓ ବନ୍ଧୁମାନେ ବିଦ୍ୟାଶ୍ରୀଙ୍କୁ ଦାୟୀ କରି ଆସୁଛନ୍ତି । ତେଣୁ କିଏ ସତ କହୁଛି, କିଏ ମିଛ କହୁଛି ତାହା ଜାଣିବା ପାଇଁ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି ।

Comments are closed.