ମେ’ ମାସରେ ରିଲାଏନ୍ସ ଜିଓ ଯୋଡ଼ିଲା ନୂଆ ଗ୍ରାହକ
ଭୁବନେଶ୍ୱର : ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ମେ’ରେ ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ଲକ୍ଷ ସତାଅଶୀ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।
ଏହି ସଫଳତା ଏହି ଦୃଷ୍ଟିରୁ ଅଧିକ ଗୁରୁତ୍ୱ ବହନ କରୁଛି କାରଣ ଚଳିତ ସପ୍ତାହରେ ଟ୍ରାଇ ପକ୍ଷରୁ ପ୍ରକାଶ ପାଇଥିବା ଆର୍ଥିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓର ଓଡ଼ିଶାରେ ଟେଲିକମ୍ କ୍ଷେତ୍ରରେ ମୋଟ ରାଜସ୍ୱ ବଜାର ଅଂଶ ୫୦ ପ୍ରତିଶତ ଅତିକ୍ରମ କରିଛି । ମଧ୍ୟ ପ୍ରଦେଶ ସହିତ ଓଡ଼ିଶା ହେଉଛି ଦେଶର ଅନ୍ୟତମ ରାଜ୍ୟ ଯେଉଁଠାରେ ରିଲାଏନ୍ସ ଜିଓର ମୋଟ ରାଜସ୍ୱ ବଜାର ଅଂଶ ୫୦ ପ୍ରତିଶତରୁ ଅଧିକ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ଚଳିତ ସପ୍ତାହରେ ଟ୍ରାଇ ପ୍ରକାଶ କରିଥିବା ଆର୍ଥିକ ରିପୋର୍ଟରେ ଆଲୋଚ୍ୟ ତ୍ରୟମାସ ପାଇଁ ବିଏସ୍ଏନ୍ଏଲ୍ର ରାଜସ୍ୱ ତଥ୍ୟକୁ ଯୋଡ଼ାଯାଇନାହିଁ ।
ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଉପଭୋକ୍ତା ତଥ୍ୟ ଅନୁଯାୟୀ ୨୦୨୦ ମେ’ରେ ରିଲାଏନ୍ସ ଜିଓ ୧,୮୭,୩୪୫ ନୂଆ ମୋବାଇଲ ଗ୍ରାହକ ଯୋଡ଼ିଛି, ଯାହାଦ୍ୱାରା ରାଜ୍ୟରେ ଏହାର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ଏକ କୋଟି ୨୭ ଲକ୍ଷରୁ ଅଧିକରେ ପହଁଞ୍ଚିଛି। ଏହା ପଛକୁ ବିଏସ୍ଏନଏଲ୍ ଏହି ଅବଧିରେ ୫୨,୩୨୯ ନୂଆ ଗ୍ରାହକ ଯୋଡ଼ିଛି । ଟ୍ରାଇ ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ ଉଭୟ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ମେ’ ମାସରେ ରାଜ୍ୟରେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଏହି ମାସରେ ଭାରତୀ ଏୟାରଟେଲ୍ ରାଜ୍ୟରେ ୨,୧୬,୧୮୦ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୧,୧୨,୨୯୫ ଗ୍ରାହକ ହରାଇଛି । ଓଡ଼ିଶାରେ ସାମଗ୍ରିକ ଭାବେ ମୋବାଇଲ୍ ଗ୍ରାହକ ସଂଖ୍ୟାରେ ୨୦୨୦ ମେ’ ମାସରେ ୮୮,୮୦୧ ହ୍ରାସ ଘଟିଥିବାରୁ ମୋଟ ଗ୍ରାହକ ସଂଖ୍ୟା ୩.୩ କୋଟିକୁ ହ୍ରାସ ପାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ।
ଜାତୀୟ ସ୍ତରରେ ମଧ୍ୟ ମେ’ ମାସରେ ଜିଓ ବଜାରରେ ଏହାର ଅଗ୍ରଣୀ ସ୍ଥିତିକୁ ଆହୁରି ସୁଦୃଢ଼ କରି ପ୍ରାୟ ୩୭ ଲକ୍ଷ ନୂଆ ଗ୍ରାହକ ଯୋଡ଼ିବା ସହିତ ଦେଶରେ ଏହାର ମୋଟ ଗ୍ରାହକ ସଂଖ୍ୟା ୩୯.୭୨ କୋଟି ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ବିଏସ୍ଏନ୍ଏଲ୍ ଏହି ମାସରେ ସାରା ଦେଶରେ ପ୍ରାୟ ୨ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଉଭୟ ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ମେ’ ମାସରେ ପ୍ରତ୍ୟେକ ୪୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଛନ୍ତି ।
Comments are closed.