Odisha Link
Bridging the Missing Links in Odisha

ମଧ୍ୟମ ଧରଣର ବନ୍ୟା ଆଶଙ୍କା : ଏସଆରସି

ଭୁବନେଶ୍ବର: ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଏସଆରସି ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏସଆରସିଙ୍କ କହିବା ଅନୁସାରେ ବାଲେ‌ଶ୍ବର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାର ଜଳସ୍ତର ବଢ଼ିବାରେ ଲାଗିଛି। କାଲି ସକାଳୁ ରାଜଘାଟ ନିକଟରେ ଜଳସ୍ତର ବୃଦ୍ଧି ପାଇପାରେ। ରାଜଘାଟରେ ୮ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେବା ଅନୁମାନ କରାଯାଉଛି।

Comments are closed.