Odisha Link
Bridging the Missing Links in Odisha

ସୁଶାନ୍ତ ସିଂ ମୃତ୍ୟୁ ମାମଲା : ରିୟାଙ୍କ ଭୁବନେଶ୍ୱର ଲିଙ୍କ୍‌ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଛି। ସିବିଆଇ ଏହାର ତଦନ୍ତ କରୁଥିବା ବେଳେ ଘଟଣାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲାଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି। ରିଆଙ୍କର କିଛି ହ୍ୱାଟ୍ସଆପ୍ ଚାଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିଶାଦ୍ରବ୍ୟ ଚୋରାକାରବାର ମାମଲାରେ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତିଙ୍କ ହ୍ୱାଟସଆପ ଚାଟ ଭାଇରାଲ ହୋଇଛି। ଯେଉଁଥିରେ ସେ ଚାଟରେ ଭୁବନେଶ୍ୱରର ନାମ ନେଉଥିବା ନେଇ ଉଲ୍ଲେଖ ରହିଛି ବୋଲି ଟାଇମ୍ସ ନାଓ ପ୍ରସାରଣ କରିଛି।

ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ରିୟା-ସିମୋନ୍ ଖମ୍ବାଟାଙ୍କ ସହ ୧୬ ମାର୍ଚ୍ଚ ୨୦୨୦ରେ ଚାଟ୍ କରିଥିଲେ। ଯେଉଁଥିରେ ରିୟା ପଚାରିଛନ୍ତି, ଚିମ୍ ୟୁ ବ୍ୟାକ୍ ? ଯାହାପରେ ସିମୋନ୍ ତାଙ୍କୁ ଏକ ଅଡିଓ ଫାଇଲ୍ ପଠାଇଛନ୍ତି। ଏହାର ଜବାବ ଦେଇ ରିୟା କହିଛନ୍ତି ଏବେ ଘଟଣା ଭୁବନେଶ୍ୱରରେ। ଆଉ ସମୋନ୍ ପଚାରିଛନ୍ତି ତୁମେ ଭୁବନେଶ୍ୱରରେ କି? ଏହାର ଜବାବ ହଁ ବୋଲି ରିୟାଙ୍କଠୁ ଆସିଛି।

ରିୟାଙ୍କ ଭୁବନେଶ୍ୱର ଲିଙ୍କ ନେଇ ରାଜ୍ୟ ପୁଲିସ ତଦନ୍ତ କରିବ ବୋଲି ସୂଚନା ମିଳିଛି। ଏ ନେଇ ସିବିଆଇ ଓ ଇଡିକୁ କୌଣସି ସୂଚନା ଦିଆଯାଇନାହିଁ। ରିୟାଙ୍କ ମୋବାଇଲରୁ ଡିଲିଟ ହୋଇଥିବା ହ୍ୱାଟ୍ସଆପ ମେସେଜରୁ ନିଶା କାରବାର ନେଇ କେତେକ ତଥ୍ୟ ମିଳିବା ପରେ ଏନ୍‌ସିବି ରିଆଙ୍କ ବିରୋଧରେ ମାମଲା ରୁଜୁ କରିଛି।

Comments are closed.