ରିୟାଙ୍କ ଓଡ଼ିଶା ଲିଙ୍କ୍ ସ୍ପଷ୍ଟ ହୋଇନି : ଅଭୟ

ଭୁବନେଶ୍ବର: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ଘଟଣାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲାଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି। ନିଶାଦ୍ରବ୍ୟ ଚୋରାକାରବାର ମାମଲାରେ ରିଆ ଚକ୍ରବର୍ତ୍ତିଙ୍କ ହ୍ୱାଟସଆପ୍ ଚାଟ ଭାଇରାଲ ହୋଇଛି। ଯେଉଁଥିରେ ରିୟାଙ୍କ ଭୁବନେଶ୍ୱର ଲିଙ୍କ୍ ଥିବା ନେଇ ଉଲ୍ଲେଖ କରାଯାଇଛି।
ଏହି ମାମଲାରେ ଓଡ଼ିଶା ଡିଜିପି ଅଭୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ରିୟା ଚକ୍ରବର୍ତ୍ତିଙ୍କ ଓଡ଼ିଶା ଲିଙ୍କ୍ ଥିବା ନେଇ କିଛି ସ୍ପଷ୍ଟ ହୋଇ ନାହିଁ। ଅନ୍ୟ ତଦନ୍ତକାରୀ ସଂସ୍ଥା ଏହି ଘଟଣାର ତଦନ୍ତ କରୁଛନ୍ତି। ସେମାନେ ସହଯୋଗ ମାଗିଲେ ସହଯୋଗ କରିବୁ।’
ସୂଚନାଯୋଗ୍ୟ; ଟାଇମ୍ସ ନାଓର ରିପୋର୍ଟ ଅନୁସାରେ, ରିୟା-ସିମୋନ୍ ଖମ୍ବାଟାଙ୍କ ସହ ୧୬ ମାର୍ଚ୍ଚ ୨୦୨୦ରେ ଚାଟ୍ କରିଥିଲେ। ଯେଉଁଥିରେ ରିୟା ପଚାରିଛନ୍ତି, ଚିମ୍ ୟୁ ବ୍ୟାକ୍ ? ଯାହାପରେ ସିମୋନ୍ ତାଙ୍କୁ ଏକ ଅଡିଓ ଫାଇଲ୍ ପଠାଇଛନ୍ତି। ଏହାର ଜବାବ ଦେଇ ରିୟା କହିଛନ୍ତି ଏବେ ଘଟଣା ଭୁବନେଶ୍ୱରରେ। ଆଉ ସମୋନ୍ ପଚାରିଛନ୍ତି ତୁମେ ଭୁବନେଶ୍ୱରରେ କି? ଏହାର ଜବାବ ହଁ ବୋଲି ରିୟାଙ୍କଠୁ ଆସିଛି। ରିୟାଙ୍କ ମୋବାଇଲରୁ ଡିଲିଟ ହୋଇଥିବା କିଛି ହ୍ୱାଟ୍ସଆପ ମେସେଜରୁ ନିଶା କାରବାର ନେଇ କେତେକ ତଥ୍ୟ ମିଳିବା ପରେ ଏନ୍ସିବି ରିଆଙ୍କ ବିରୋଧରେ ମାମଲା ରୁଜୁ କରିଛି।
Comments are closed.