Odisha Link
Bridging the Missing Links in Odisha

ସୁଶାନ୍ତଙ୍କର ମାନସିକ ରୋଗ ଥିଲା: ରିୟା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ଏହି ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ରିୟା ଚକ୍ରବର୍ତ୍ତୀଙ୍କ ବିଭିନ୍ନ ଅଭିଯୋଗରେ ଛନ୍ଦି ହୋଇଯାଛନ୍ତି। ରିୟା ଏକ ଜାତୀୟ ଗଣମାଧ୍ୟମରେ ସୁଶାନ୍ତଙ୍କ ବିଷୟରେ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି,

ସେ କହିଛନ୍ତି ଯେ, ସୁଶାନ୍ତ ଓ ମୁଁ ପତିପତ୍ନୀ ଭଳି ଚଳୁଥିଲୁ। ସୁଶାନ୍ତଙ୍କର ମାନସିକ ରୋଗ ‘ବାଇପୋଲାର ଡିଜ ଅର୍ଡର’ ଥିଲା। ବିଶେଷ କରି ବିମାନ ଯାତ୍ରା ବେଳେ ସୁଶାନ୍ତ ସ୍ୱାଭାବିକ ହୋଇପାରୁନଥିଲେ। ୟୁରୋପ ଟୁର ବେଳେ ସୁଶାନ୍ତଙ୍କ ଏ ସମସ୍ୟା ବିଷୟରେ ଜାଣିଲି। ବିମାନରେ ବସିବା ପୂର୍ବରୁ ସେ ଏଥିରେ ଔଷଧ ସେବନ କରିଥିଲେ। ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ବି ସେ ସ୍ୱାଭାବିକ ଲାଗୁନଥିଲେ। ପ୍ୟାରିସ ପରେ ସୁଇଜରଲାଣ୍ଡ ଗଲୁ। ସେଠି ସେ ଠିକଠାକ ଥିଲେ। ୟୁରୋପ ଟ୍ରିପର ସବୁ ଖର୍ଚ୍ଚ ସୁଶାନ୍ତ କରିଥିଲେ ବୋଲି ରିୟା ସ୍ୱୀକାର କରିଛନ୍ତି ।

ରିୟା ଆହୁରି କହିଛନ୍ତି, ସୁଶାନ୍ତ ବହୁ ଅୟସରେ ରହୁଥିଲେ। ରାଜା ଭଳି ଜୀବନ ଜିଉଁଥିଲେ। ଏମିତିକି ୟୁରୋପ ଯିବାର ୨ ବର୍ଷ ପୂର୍ବରୁ ସେ ସୁଇଜରଲାଣ୍ଡ ଯାଇଥିଲେ। ନିଜର ୬ ଜଣ ସାଙ୍ଗକୁ ଧରି ଏକ ପ୍ରାଇଭେଟଜେଟରେ ସେଠାକୁ ଯାଇଥିଲେ। ସମସ୍ତ ସାଙ୍ଗଙ୍କ ଖର୍ଚ୍ଚ ସେ ତୁଲାଇଥିଲେ। ଏ ବାବଦରେ ସେ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ରିୟା କହିଛନ୍ତି।

Comments are closed.