ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ -୨୦୧୯ ପରୀକ୍ଷା

ଭୁବନେଶ୍ୱର: ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ -୨୦୧୯ ପରୀକ୍ଷା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ପବ୍ଲିକ ସର୍ଭିସ କମିସନ (ଓପିଏସସି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ମୁଖ୍ୟ ଲିଖିତ ପରୀକ୍ଷାକୁ ଆସନ୍ତା ନଭେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଥିବା ନେଇ ଓପିଏସସି ପକ୍ଷରୁ ସୂଚନା ଦିଆଯାଇଛି।
ପୂର୍ବରୁ ଏହି ପରୀକ୍ଷା ସେପ୍ଟେମ୍ବର ମାସରେ ହେବାକୁ ଧାର୍ଯ୍ୟ କରାଯାଇଥିଲା କିନ୍ତୁ କରୋନା କଟକଣା ଯୋଗୁ ଏବେ ଏହି ପରୀକ୍ଷା ନଭେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ଦିନରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ନଭେମ୍ବର ମାସରେ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କୁୁହାଯାଇଛି। ଛାତ୍ରଛାତ୍ରୀମାନେ ନିୟମିତ ସୂଚନା ପାଇବାକୁ ଓପିଏସସି ୱେବସାଇଟ http://www.opsc.gov.in/ ନିୟମିତ ଦେଖିବାକୁ ପରାମର୍ଶ ଦିଆଯାଇଛି।
Comments are closed.