ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପ ପୁଅ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସିଙ୍ଗାରୀ ଢାବା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ପୁଅ ଗୁରୁତର ଅଛି। ଗୁରୁତର ଥିବା ପୁଅକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଜୁରାମୁଣ୍ଡା ଗାଁର ସୁଜିତ ଦାସ ତାଙ୍କ ୨ ପୁଅକୁ ନେଇ ବାଇକରେ କୌଣସି କାମରେ ସୋନରପୁରରୁ ବୌଦ୍ଧ ଅଭିମୁଖେ ଯାଉଥିଲେ। ଏହି ସମୟରେ ଏକ ଦୃତଗାମୀ ଟ୍ରକ୍ ଆସି ଢାବା ନିକଟରେ ବାଇକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାପ ଓ ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଏବଂ ଆଉ ଏକ ପୁଅକୁ ଗୁରୁତର ଅବସ୍ଥାରେ ବାଉଁଶୁଣୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇ ଫେରାର ମାରୁଥିବା ଟ୍ରକ୍ ତାଳସରଡା ନିକଟରେ ଆଉ ଏକ ଇଣ୍ଡିକା ଗାଡିକୁ ଧସେଇ ଫେରାର ମାରୁଥିବା ବେଳେ ସାହାଜପାଲରେ ତାକୁ ଅଟକ୍ ରଖାଯାଇଛି।
Comments are closed.