BCASର ପ୍ରଥମ ମହିଳା ଡିଜି ହେଲେ ଉଷା ପାଢ଼ୀ

ନୂଆଦିଲ୍ଲୀ: ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଉଷା ପାଢ଼ୀଙ୍କୁ କେନ୍ଦ୍ରରେ ଗୁରୁ ଦାୟିତ୍ବ। କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି। ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା ବଳର (ବିଏସ୍ଏଫ୍) ମହାନିର୍ଦେଶକ ଭାବେ ନିଯୁକ୍ତି ମିଳିଛି। ଆଉ ମଙ୍ଗଳବାର ସକାଳେ ଅସ୍ଥାନା ‘ଡିଜି ବିଏସ୍ଏଫ୍’ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି’ର ଡିଜି ଭାବେ ଦାୟିତ୍ୱ ମିଳିଛି।ସବୁଠାରୁ ବଡ଼ କଥା ଯେ ଏହି ସଂସ୍ଥାର ସର୍ବୋଚ୍ଚ ପଦବୀ ପାଇବାରେ ୩୩ ବର୍ଷ ମଧ୍ୟରେ ଉଷା ହେଉଛନ୍ତି ପ୍ରଥମ ମହିଳା।
ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ କାମ କରିଥିବା ଉଷା ପାଢ଼ୀଙ୍କ ଅଭିଜ୍ଞତାକୁ ଦେଖି ତାଙ୍କୁ ଏହି ସଂସ୍ଥାର ଡିଜି ଦାୟିତ୍ୱ ମିଳିଥିବା ନେଇ ଚର୍ଚ୍ଚା ହେଉଛି ।୧୯୮୭ ମସିହାରୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟି ସଂସ୍ଥା ପ୍ରତିଷ୍ଠା ହେବା ପରେ ୧୯୮୭ ମସିହାରୁ ମେ, ୨୦୧୬ ଯାଏଁ ୧୪ ଜଣ କମିଶନର ଭାବେ କାର୍ଯ୍ୟ କରିଥିଲେ। ଏହା ପରେ ଏହାର ସର୍ବୋଚ୍ଚ ଅଧିକାରୀଙ୍କୁ ଡିଜି ପାହ୍ୟା ଦିଆଯାଇଥିବାବେଳେ ଉଷା ପାଢ଼ୀଙ୍କ ପୂର୍ବରୁ ଦୁଇ ଜଣ ଆଇପିଏସ ଏହି ପଦବୀରେ ଥିଲେ।
ଉଷା ପାଢ଼ୀଙ୍କୁ ଏହି ଦାୟିତ୍ବ ମିଳିବା ପରେ ସେ ନିଜ ଟୁଇଟରେ ଲେଖିଛନ୍ତି ଯେ, ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ତାଲିକାରେ ‘ଶ୍ରୀମତୀ’ଙ୍କ ନାମ ସାମିଲ ହେଲା।
At last, a Smt. in the incumbency list of Director General, Bureau of Civil Aviation Security! pic.twitter.com/Aqw2vQGnYr
— Usha Padhee (@ushapadhee1996) August 28, 2020
Comments are closed.