ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ହାଇକୋର୍ଟ ଗଲେ ବିଦ୍ୟାଶ୍ରୀ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ୍। ହାଇକୋର୍ଟର ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ବାପା, ମା ଓ ପତ୍ନୀ ବିଦ୍ୟାଶ୍ରୀ। ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଆବେଦନ କଲେ ପରିବାର ବର୍ଗ। ଗତ କାଲି ବିଦ୍ୟାଶ୍ରୀ ଲାଏ ଡିଟେକ୍ସନ୍ ଟେଷ୍ଟ ଦେଇଥିଲେ। ବର୍ତ୍ତମାନ ଅଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତକୁ ନେଇଛି। ଅନ୍ୟପଟେ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଫରେନ୍ସିକ ସେଣ୍ଟରରେ ବିକାଶ, ପପୁ ଏବଂ ଦୀପକ ହାଜର ହୋଇଛନ୍ତି।
ଆଦିତ୍ୟଙ୍କ ଏହି ୩ ସହଯୋଗୀଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇ ସାରିଛି। ଗତକାଲି ଲାଏ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରା କରିଥିଲା କ୍ରାଇମ ବ୍ରାଞ୍ଚ। ରସୁଲଗଡ଼ସ୍ଥିତ ଫରେନ୍ସିକ ଲ୍ୟାବ୍ରେ ଏମାନଙ୍କ ଲାଏ ଡିଟେକ୍ସନ ଚାଲିଛି।ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଦୀର୍ଘ ୫ ଘଣ୍ଟା ଧରି ଲାଏ ଡିଟେକ୍ସନର ସମ୍ମୁଖୀନ ହୋଇଥିଲେ।
Comments are closed.