ରାଜ୍ୟରେ ୨୪ ଘଣ୍ଟାରେ ୫୮,୮୧୩ କରୋନା ଟେଷ୍ଟ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୮୧୩ ନମୁନା ପରୀକ୍ଷା କରାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଶନିବାର ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଆରଟିପିସିଆରରେ ୮ ହଜାର ୬୭୮, ଆଣ୍ଟିଜେନରେ ୫୦ ହଜାର ୧୩ ଓ ଟ୍ରୁନଟ୍ ମାଧ୍ୟମରେ ୧୨୨ଟି ଟେଷ୍ଟ କରାଯାଇଛି।
ଗଞ୍ଜାମ ଜିଲ୍ଲାରେ ଜିଲ୍ଲାରେ ସର୍ବାଧିକ ୧୧,୩୪୩ଟି କରୋନା ନମୁନା ପରୀକ୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲାରେ ୭୮୦୭ଟି, କେନ୍ଦୁଝର ଜିଲ୍ଲାରେ ୭୧୭୭ଟି, ମୟୁରଭଞ୍ଜ ଜିଲ୍ଲାରେ ୭୦୧୬ଟି, ସୁନ୍ଦରଗଡ଼ ଜିଲ୍ଲାରେ ୨୫୮୪ଟି ଏବଂ ସମ୍ବଲପୁରରେ ଜିଲ୍ଲାରେ ୧୩୮୦ଟି କରୋନା ନମୁନା ପରୀକ୍ଷା କରାଯାଇଛି। କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛନ୍ତି। ନମୁନା ପରୀକ୍ଷାରେ ଓଡ଼ିଶା ସଫଳତା ହାସଲ କରିଛି। ଏବେ ରାଜ୍ୟରେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଉଛି। ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୧୬ ଲକ୍ଷ ଟପିଛି।
କରୋନା ଟେଷ୍ଟରେ ଜାତୀୟ ହାରଠାରୁ ବି ଓଡ଼ିଶା ବହୁ ଆଗରେ ରହିଛି।
Comments are closed.