ଅର୍ଜୁନ ପୁରସ୍କାର ପାଇଲେ ଦୂତୀ
![](https://www.odishalink.com/wp-content/uploads/2020/08/dutee.jpg)
ନୂଆଦିଲ୍ଲୀ: ଆଜି ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଦୂତିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୂର୍ବରୁ ଦୂତୀ ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାର ମିଳିବା ନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା। ଦେଶର ପ୍ରତିଭାବାନ୍ କ୍ରୀଡ଼ାବିତଙ୍କୁ ଏହି ଦିନ ଭାରତର ରାଷ୍ଟ୍ରପତି ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଖେଳରତ୍ନ, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ଆଦି ପୁରସ୍କାରରେ ସମ୍ମାନିତ କରିଥାନ୍ତି।
ପ୍ରତ୍ଯେକ ବର୍ଷ ଜାତୀୟ କ୍ରୀଡା ଦିବସ ରୂପେ ପାଳନ କରାଯାଇଥାଏ। ପ୍ରତିବର୍ଷ ରାଷ୍ଟ୍ରପତି ଭବନରେ ୨୯ ଅଗଷ୍ଟ ତାରିଖକୁ ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କ ସମ୍ମାନରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହେଉଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ଚଳିତ ବର୍ଷ ଭର୍ଚୁଆଲ୍ ପ୍ଳାଟଫର୍ମରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଚଳିତ ବର୍ଷ ୫ ଜଣଙ୍କୁ ଖେଳରତ୍ନ, ୮ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ, ୨୭ ଜଣଙ୍କୁ ଆଥଲେଟ ଅର୍ଜୁନ ପୁରସ୍କାର ଏବଂ ୫ ଜଣ ଧ୍ୟାନଚାନ୍ଦ୍ ପୁରସ୍କାର ପ୍ରଦାନ କରାଯାଇଛି।
ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ୯ଟି ସେଣ୍ଟରରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ୯ଟି ସେଣ୍ଟର ହେଲା ଦିଲ୍ଲୀ, ମୁମ୍ବଇ, କଲକାତା, ଚଣ୍ଡିଗଡ଼, ବେଙ୍ଗାଲୁରୁ, ପୁଣେ, ସୋନିପତ୍, ହାଇଦରାବାଦ୍ ଓ ଭୋପାଳ। ଜାତୀୟ ପୁରସ୍କାର ବିଜେତାଙ୍କୁ ନିମନ୍ତେ ଟ୍ରଫି, ସାର୍ଟିଫିକେଟ୍ ଓ ବ୍ଲେଜର ସାଇ ତରଫରୁ ୯ଟି ଯାକ ସେଣ୍ଟରକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଆଇପିଏଲ୍ରେ ଖେଳିବାକୁ ୟୁଏଇରେ ଥିବାରୁ ଖେଳରତ୍ନ ପୁରସ୍କାର ବିଜେତା ରୋହିତ ଶର୍ମା ଓ ଅର୍ଜୁନ ପୁରସ୍କାର ବିଜେତା ଈଶାନ୍ତ ଶର୍ମା ଏହି ଉତ୍ସବରେ ଯୋଗ ଦେଇପାରିବେ ନାହିଁ। ସେମାନଙ୍କୁ ପରବର୍ତ୍ତୀ ସମୟରେ ଟ୍ରଫି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।
Comments are closed.